ବିବାହିତା ମହିଳାଙ୍କୁ ବଳାତ୍କାର: ଜଣେ ଗିରଫ

ଲୋଇସିଂହା,୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର ହୋଇଥିବା ରବିବାର ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ସ୍ବରୂପ ଭୋଇ। ଏ ନେଇ ସୋମବାର ସ୍ବରୂପଙ୍କ ଡାକ୍ତରୀମାଇନା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ମହିଳା ଜଣଙ୍କ ଗତ ୨୯ ତାରିଖରେ ଅପରାହ୍ନରେ ଶୌଚ ପାଇଁ ଯାଇଥିବା ବେଳେ ଏକାଦେଖି ସ୍ବରୂପ ତାଙ୍କୁ ବଳାତ୍କାର କରିଥିଲେ। ଏହା ସହ ମହିଳାଙ୍କୁ ଧମକ ଦେବାରୁ ସେ ଏ ସମ୍ପର୍କରେ କାହାରିକୁ ଜଣାଇ ନ ଥିଲେ। ମାତ୍ର ରବିବାର ସମ୍ପୃକ୍ତ ଯୁବକ ଜଣକ ମହିଳାଙ୍କ ଘରକୁ ଗାଳିଗୁଲଜ କରିଥିଲେ। ପରେ ମହିଳା ଜଣକ ପରିବାର ଲୋକଙ୍କୁ ବଳାତ୍କାର ସମ୍ପର୍କରେ ଜଣାଇବା ସହ ସ୍ବରୂପଙ୍କ ନାଁରେ ଅଭିଯୋଗ କରିଥିଲେ।

Share