ବିବାହିତ ମହିଳାଙ୍କୁ ଗଣବଳାତ୍କାର: ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ

ବେଦବ୍ୟାସ,୨୬।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ କଲୁଙ୍ଗା ଫାଣ୍ଡି ଅନ୍ତର୍ଗତ ଗୁଟିଦରହ ଏକ କ୍ରସର ପରିସରରେ ଗତ ରବିବାର ରାତିରେ ଜଣେ ବିବାହିତା ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ବୁଧବାର ଲିଖିତ ଅଭିଯୋଗ ହୋଇଛି। ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ପୀଡ଼ିତାଙ୍କୁ ଡାକ୍ତରୀମାଇନା ନିମନ୍ତେ ପଠାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ଜଣାପଡ଼ିଛି।