Categories: ଖେଳ

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଘରୁ ଲୁଚି ପଳାଇଥିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି ଯେ କି ଜଣେ ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ। ତାଙ୍କ ବିବାହ କରିବା ପାଇଁ ଘରୁ ଲୁଚିକି ପଳାଇଥିଲେ। ସେ ହେଉଛନ୍ତି ଭାରତର କିମ୍ବଦନ୍ତୀ ସ୍ପିନର୍‌ ଅନିଲ କୁମ୍ବଲେ। ସେ ଜଣେ ବିବାହିତ ମହିଳା ଚେଥନା ରାମଥିରଥାଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ଚେଥନା ପୂର୍ବରୁ ବିବାହିତ ଏବଂ ତାଙ୍କର ଜଣେ ଝିଅ ମଧ୍ୟ ଅଛି । ଏସବୁ ଜାଣିବା ସତ୍ତ୍ୱେ ଅନିଲ ତାଙ୍କୁ ବିବାହ କରିବାକୁ ପାଗଳ ହୋଇଯାଇଥିଲେ। ତାଙ୍କ ପରିବାର ରାଜି ହୋଇ ନ ଥିଲେ ମଧ୍ୟ ସେ ଲୁଚିକି ବିବାହ କରିଥିଲେ।

Share