Categories: ଫୁରସତ

ବିବାହିତ ଯୁବକ ଅବିବାହିତ କହି ଠକୁଛନ୍ତି କି? ତେବେ ଏସବୁ ଲକ୍ଷଣରୁ ଜାଣନ୍ତୁ ଏମାନଙ୍କୁ

ଜଣେ ଝିଅ ବିବାହିତା କି ଅବିବାହିତା ସେ ସମ୍ପର୍କରେ ଜାଣିବା ଆଦୌ କଷ୍ଟକର ନୁହେଁ। କାରଣ ମଥାରେ ସିନ୍ଦୁର, ହାତରେ ଶଙ୍ଖା, ପାଦରେ ପାଉଁଜି, ବେକରେ ମଙ୍ଗଳସୂତ୍ର ଦେଖିଲେ ସହଜରେ ବୁଝିଯିବେ ଜଣେ ଝିଅ ବିବାହିତା କି ଅବିବାହିତା। କିନ୍ତୁ ଜଣେ ପୁଅ ବିବାହିତ କି ନୁହେଁ ସହଜରେ ଜାଣିହେବ ନାହିଁ। ଏଣୁ ଅନେକ ଯୁବକ ବିବାହିତ ହୋଇ ମଧ୍ୟ ନିଜକୁ ଅବିବାହିତ କହି ନିରୀହ ଝିଅମାନଙ୍କ ସହ ପ୍ରେମସମ୍ପର୍କ ରଖି ଶେଷରେ ଠକି ଦେଉଛନ୍ତି। ମାତ୍ର ଏମାନଙ୍କଠାରେ କେତେକ ଲକ୍ଷଣ ଦେଖାଦେଲେ ସହଜରେ ଅନୁମାନ କରିହେବ ସେମାନେ ବିବାହିତ କି ଅବିବାହିତ। ଫଳରେ ଆଉ ଠକାମୀରେ ପଡ଼ିବେ ନାହିଁ। ଜାଣନ୍ତୁ ଏ ସମ୍ପର୍କରେ…

ଯୁବକଟିଏ ବିବାହିତ ହୋଇଥିଲେ ଅଧିକାଂଶ ସମୟ ଚିନ୍ତାଗ୍ରସ୍ତ ରହୁଥିବେ। ଘରେ ସ୍ତ୍ରୀ ଏବଂ ପରିବାର ଥିଲେ ପ୍ରାୟ ଅନ୍ୟମନସ୍କ ରହିଥାନ୍ତି। ଅବିବାହିତ ଯୁବକମାନଙ୍କ ପରି ବିବାହିତମାନେ ମୁକ୍ତ ନୁହନ୍ତି। କେଉଁଠି ନା କେଉଁଠି ଭୟ ତାଙ୍କୁ ଘାରୁଥିବ। ଫଳରେ ସେ ଯେକୌଣସି କଥାରେ ଅନ୍ୟମନସ୍କ ହୋଇପଡ଼ନ୍ତି। କଥାବାର୍ତ୍ତା, ଚାଲିଚଳନ ସବୁକିଛି ଭିନ୍ନ ଲାଗେ।

ଅବିବାହିତ ଯୁବକ ନିଶାଦ୍ରବ୍ୟ ସେବନ କରୁଥିଲେ ତାଙ୍କୁ ବାରଣ କରିବାକୁ କେହି ନ ଥାନ୍ତି କିମ୍ବା ସେମାନଙ୍କର କାହାକୁ ଭୟ ନ ଥାଏ। ମାତ୍ର ଜଣେ ବିବାହିତ ଖୋଲାଖୋଲି ନିଶା ସେବନ କରିବାକୁ ଭୟ କରିଥାନ୍ତି। କାରଣ ସ୍ତ୍ରୀ କିମ୍ବା ପିଲାମାନଙ୍କ କଟକଣାକୁ ସେମାନେ ସମ୍ମାନ ଦେଇଥାନ୍ତି। ଏସବୁ ଲକ୍ଷଣ ଯଦି କାହାଠାରେ ଦେଖିପାରୁଛନ୍ତି ତେବେ ସେମାନେ ବିବାହିତ ବୋଲି ଧରିନିଅନ୍ତୁ।

Share