କାବୁଲ, ୧୮।୮: ଆଫଗାନିସ୍ତାନରେ ଏକ ବିବାହ ଉତ୍ସବରେ ବିସ୍ଫୋରଣ ଘଟି ୬୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଶହେ ୮୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କିଭଳି ବିସ୍ଫୋରଣ ଘଟିଲା ତାହାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି। ସୂଚନାଯୋଗ୍ୟ, ୧୦ ଦିନ ପୂର୍ବରୁ ଏଠାରେ ଏକ ବସରେ ବିସ୍ଫୋରଣ ଘଟିଥିଲା। ଏଥିରେ ୯୫ ଲୋକ ଆହତ ହୋଇଥିଲେ।