ବିବାହ ଉପରେ ଭରସା ନାହିଁ: ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ବିବାହକୁ ନେଇ ସବୁବେଳେ କିଛି ନା କିଛି ଖବର ଆସୁଛି ସାମ୍ନାକୁ। ନିକଟରେ ‘ଭାରତ’ ଫିଲ୍ମର ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସଲମାନ ପୁଣି ଥରେ ତାଙ୍କ ବିବାହକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ସବୁବେଳେ ଗଣମାଧ୍ୟମ ପ୍ରିତିନିଧିଙ୍କ ସେହି ଗୋଟିଏ ପ୍ରଶ୍ନ କେବେ ବାହା ହେଉଛନ୍ତି ସଲମାନ। ଏବେ କିନ୍ତୁ ଏହାର ଉତ୍ତର ଦେବାକୁ ଯାଇ ସଲମାନ କହିଛନ୍ତି ବିବାହ ଉପରେ ତାଙ୍କର ଭରସା ନାହିଁ। ବିବାହ ଏମିତି ଏକ ପରମ୍ପରା ଯାହା ଦିନକୁ ଦିନ କମିବାରେ ଲାଗିଛି। ଏହାକୁ ନେଇ ଏବେ ଆଉ ପ୍ରତିଯୋଗୀତା ନାହିଁ। ତେବେ ସଲମାନ କେବେ ବାପା ହେଉଛନ୍ତି ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଏହା ସମୟ କହିବ। କାରଣ କିଛିଦିନ ପୂର୍ବେ ବିବାହ ନ କରି ସଲମାନ ବାପା ହେବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ସେ କେବେ ସିଙ୍ଗିଲ୍‌ ଫାଦର ହେଉଛନ୍ତି ତାହା ମଧ୍ୟ ତାଙ୍କ ପର୍ସନାଲ ଲାଇଫକୁ ନେଇ ଏକ ରୋଚକ ପ୍ରଶ୍ନ କହିଲେ କିଛି ଭୁଲ୍‌ ହେବ ନାହିଁ।

Share