Categories: ଜାତୀୟ

ବିବାହ କରିବାକୁ ମନା କରିଦେବାରୁ

ହାଇଦ୍ରାବାଦ୍‌,୧୦।୧୧: ବିବାହ କରିବାକୁ ମନା କରି ଦେବାରୁ ହାଇଦ୍ରାବାଦ୍‌ରେ ବୁଧବାର ଜଣେ ଯୁବତୀଙ୍କୁ ୧୮ ଥର ଛୁରା ମାଡ଼ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଜଣକ ହେଲେ ପୀଡ଼ିତାଙ୍କ ପୂର୍ବତନ ବୟଫ୍ରେଣ୍ଡ। ଗ୍ରେଟର ହାଇଦ୍ରାବାଦର ହସ୍ତୀପୂରମରେ ପୀଡ଼ିତାଙ୍କ ରୁମରେ ଏହି କାଣ୍ଡ ଘଟିଛି। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଅଭିଯୁକ୍ତଙ୍କ ନାମ ବାସଭାରାଜ। କିଛି ମାସ ତଳେ ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ପୀଡ଼ିତା (ସିରିଶା)। ତା’ ପରେ ସେ ଅନ୍ୟ ଜଣେ ଯୁବକ(ଶ୍ରୀଧର)ଙ୍କ ସହ ରିଲେଶନ ରଖି ଥିଲେ। ଏହା ଜାଣିବା ପରେ ବାସଭାରାଜ ପୀଡ଼ିତାଙ୍କୁ ଛୁରା ମାଡ଼ କରିଛନ୍ତି। ବର୍ତ୍ତମାନ ହେପାଜତରେ ଅଛନ୍ତି ବାସଭାରାଜ ପୋଲିସ।

Share