ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ରୟ କପୁର

ବଲିଉଡର ଆଉ ଜଣେ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶିକ୍‌-୨ ଫେମ୍‌ ଆଦିତ୍ୟ ରୟ କପୁର ଗର୍ଲଫ୍ରେଣ୍ଡ୍‌ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଦିଭା ଜଣେ ଫ୍ୟାଶନ୍‌ ଡିଜାଇନର୍‌। ସେ ନ୍ୟୁୟର୍କରେ ଜନ୍ମ ହୋଇ ସେଠାରେ ରହୁଛନ୍ତି। ତାଙ୍କ ମାତା ପିତା ଭାରତୀୟ। ମାତ୍ର ୧୪ବର୍ଷ ବୟସରୁ ଦିଭା ମଡେଲିଂ କରିବା ଆରମ୍ଭ କରିଥିଲେ। ସେ ଅଭିନେତ୍ରୀ ଲିଜା ହେଡେନଙ୍କ ଜରିଆରେ ଆଦିତ୍ୟଙ୍କୁ ଭେଟିଥିଲେ। ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା।

Share