Categories: ଖେଳ

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର,ନିର୍ବନ୍ଧ ଶେଷ

ପୂର୍ବ ଭାରତୀୟ କ୍ରିକେଟର୍‌ କରୁଣ ନାୟାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘଦିନର ପ୍ରେମିକା ଶନାୟା ଟଙ୍କରିଓ୍ବାଲାଙ୍କ ସହ କରୁଣଙ୍କ ନିର୍ବନ୍ଧ ଶେଷ ହୋଇଛି। ଶନିବାର କରୁଣ ନିଜ ଇନଷ୍ଟାଗ୍ରାମରେ ପ୍ରେମିକାଙ୍କ ଫଟୋ ଛାଡିଛନ୍ତି। ଆଇପିଏଲରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଖେଳୁଥିବା କରୁଣଙ୍କ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି ଶନାୟା। ସୂଚନାଯୋଗ୍ୟ, ବିରେନ୍ଦ୍ର ସେହଓ୍ବାଗଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟଟ୍ସମ୍ୟାନ୍‌ ଭାବେ ଟେଷ୍ଟରେ ତ୍ରିଶତକ ହାସଲ କରିଥିଲେ କରୁଣ। ୨୦୧୬ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇ ଟେଷ୍ଟରେ ସେ ଏହି ଉପଲବ୍ଧି ହାସଲ କରିଥିଲେ। ସେ ଭାରତ ପକ୍ଷରୁ ୨ଟି ଏକଦିବସୀୟ ଏବଂ ୬ଟି ଟେଷ୍ଟ ଖେଳିଛନ୍ତି। ସେହିପରି ପ୍ରଥମଶ୍ରେଣୀ କ୍ରିକେଟରେ ୬୭ଟି ମ୍ୟାଚ୍‌ ଖେଳି ୪୭୨୩ରନ୍‌ କରିଛନ୍ତି। ଏଥିରେ ୧୩ଟି ଶତକ ଏବଂ ୧୯ଟି ଅର୍ଦ୍ଧଶତକ ସାମିଲ ରହିଛି। କରୁଣ ଆଇପିଏଲରେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଖେଳିସାରିଛନ୍ତି।

Share