ବିବାହ କରିବି ତ କେବଳ ସନ୍ନି ଲିଓନୀଙ୍କ ଭଳି ଯୁବତୀଙ୍କୁ..

ବଲିଉଡ ଫିଲ୍ମରେ ନିଜର ହଟ ଏବଂ ବୋଲ୍ଡ ସିନ ପାଇଁ ସବୁବେଳେ ଚର୍ଚ୍ଚାରେ ସନ୍ନି ଲିଓନୀ। ସନ୍ନି ଲିଓନୀ ଫିଲ୍ମ ଇଣ୍ଡଷ୍ଟ୍ରୀ ଛଡା ସୋସିଆଲ ମିଡିଆରେ ବି ଅନେକ ଲୋକପ୍ରିୟ। ସନ୍ନି ଲିଓନୀଙ୍କ ଇନଷ୍ଟ୍ରାଗ୍ରାମରେ ଫଲୋୟର୍ସଙ୍କ ସଂଖ୍ୟା ୨୦ ମିଲିୟନ। କିଛି ଦିନ ପୂର୍ବରୁ ଏକ ଅଜବ ଯୁବ ଫ୍ୟାନଙ୍କ ସହ ସନ୍ନିଙ୍କ ଭେଟ ହୋଇଥିଲା। ଯେ କି, ତାଙ୍କ ପାଇଁ ଏକ ଦମ୍‌ ପାଗଳ। ଏହି ଯୁବକ ଜଣଙ୍କ ସନ୍ନିଙ୍କ ଭଳି ଝିଅଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରି ବସିଥିଲେ। ଦିନକର ଘଟଣା, ସନ୍ନି ଉକ୍ତ ଯୁବକଙ୍କୁ ଫୋନ କରି କହିଥିଲେ, ସନ୍ନି ଲିଓନି ଭଳି ଝିଅ ଦୁନିଆରେ ଗୋଟିଏ। ତାଙ୍କୁ ତୁମେ ଆଉ କାହା ସହ ତୁଳନା କରିପାରିବ ନାହିଁ। ଫୋନରେ ସନ୍ନିଙ୍କ ସ୍ବର ଶୁଣି ଯୁବଙ୍କ ଜଣଙ୍କ ଖୁସିରେ ଆତ୍ମହରା ହୋଇଯାଇଥିଲେ। ଏହି କଲ୍‌ ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share