Categories: ଫୁରସତ

ବିବାହ କରିବେ ବିଲ୍‌ ଗେଟସ୍‌ଙ୍କ ଝିଅ!

ଓ୍ବାଶିଂଟନ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ଙ୍କ ଝିଅ ଜେନିଫର ଏବେ ବିବାହ କରିବାକୁ ଯାଉଛନ୍ତି। ଏକଥା ନିଜେ ଜେନିଫର ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି। ସେ ମିଶରର ଘୋଡା ଚଢାଳି ନାୟେଲ ନାସ୍ସାରଙ୍କୁ ବିବାହ କରୁଛନ୍ତି ବୋଲି ଜଣାପଡିଛି। ଏବେ ଇନଷ୍ଟାଗ୍ରାମରେ ଜେନିଫର ଲେଖିଛନ୍ତି ନାୟେଲ ଆପଣ ଜଣେ ବିନ୍ନ ବ୍ୟକ୍ତିତ୍ୱ। ମୁଁ ଆପଣଙ୍କ ସହ ଆଗାମୀ ଜୀବନ ବଢିବା ପାଇଁ, ବିତାଇବା ପାଇଁ, ହସିବା ପାଇଁ ଆଉ ଅପେକ୍ଷା କରିପାରିବି ନାହିଁ। ଜେନିଫରଙ୍କ ଏହି କଥାରୁ ସ୍ପଷ୍ଟ ହେଉଛି କି ସେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ଏମାନଙ୍କର ସମ୍ପର୍କ ପୁରୁଣା। ଥରେ ଜେନିଫର ଏକ ସାକ୍ଷାତ୍‌କାରରେ କହିଥିଲେ ନାୟେଲଙ୍କୁ ସେ ଖୁବ୍‌ ପସନ୍ଦ କରନ୍ତି। ଘୋଡା ଚଢିବାରେ ସେ ଓସ୍ତାଦ୍‌ ଆଉ ମୋତେ ଏହା ଖୁବ୍‌ ପସନ୍ଦ। ତେଣୁ ଏହା ଆମ ସମ୍ପର୍କକୁ ଆହୁରି ମଜଭୁତ କରେ।

Share