Categories: ଖେଳ

ବିବାହ କରିବେ ରେସଲର ବବିତା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ପରିବାରର ସମ୍ମତି ମିଳିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ରେସ୍‌ଲର ବବିତା କୁମାରୀ ଫୋଗତ ବିବେକ ସୁହାଗଙ୍କୁ ବିବାହ କରିବା ପକ୍କା ହୋଇଛି। ଏହି ପରିପ୍ରେକ୍ଷୀରେ ୨୯ବର୍ଷୀୟା ବବିତା ମଙ୍ଗଳବାର ତାଙ୍କ ଟୁଇଟର ପେଜ୍‌ରେ ଏକ ଫଟୋ ଶେୟାର କରିଛନ୍ତି। ବିଭାଘର ସମ୍ଭବତଃ ବର୍ଷ ଶେଷରେ ହେବ। ସୋସିଆଲ ମିଡିଆରେ ପ୍ରକାଶିତ ପ୍ରୋଫାଇଲ୍‌ ଅନୁସାରେ ବିବେକ ସୁହାଗ ହେଉଛନ୍ତି ଗତବର୍ଷର ‘କେଶରୀ ଆଓ୍ବାର୍ଡ’ ବିଜେତା। ପ୍ରସିଦ୍ଧ ଫୋଗ୍‌ ଭଗିନୀ ଦ୍ୱୟଙ୍କ ମଧ୍ୟରେ ବବିତା ହେଉଛନ୍ତି ସାନ। ବଡ଼ ଭଉଣୀ ଗୀତାଙ୍କ ଉପରେ ସଫଳ ବଲିଉଡ୍‌ ଚଳିଚିତ୍ର ‘ଦଙ୍ଗଲ’ ନିର୍ମିତ ହୋଇଛି। ୨୦୧୨ ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଏକ ବ୍ରୋଞ୍ଜ ପଦକ ଜିତିଥିବା ୨୦୧୪ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି।

Share