Categories: ଖେଳ

ବିବାହ କରି ମଧ୍ୟ ଏହି ଅଭିନେତ୍ରୀଙ୍କ ପାଇଁ ପାଗଳ ଥିଲେ ଗାଙ୍ଗୁଲି

ଟିମ୍‌ ଇଣ୍ଡିଆରେ ‘ଦାଦା’ ନାମରେ ଜଣାଶୁଣା ପୂର୍ବତନ କ୍ରିକେଟ ଖେଳାଳି ସୌରଭ ଗାଙ୍ଗୁଲି ପଡିଆରେ ଯେତିକି ପ୍ରଭାବୀ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେତିକି ଲୋକପ୍ରିୟ। ଫେବୃୟାରୀ ୨୧, ୧୯୯୭ରେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡୋନା ରାୟଙ୍କୁ ସେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ମଧ୍ୟ ସେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନଗମାଙ୍କୁ ମନ ଦେଇ ବସିଥିଲେ। ୧୯୯୯ ବିଶ୍ୱକପରେ ଉଭୟଙ୍କ ମଧ୍ୟରେ ଭେଟ ହୋଇଥିଲା। ସେବେଠାରୁ ଦୁହିଁଙ୍କୁ ଅନେକ ଜାଗାରେ ଏକାଠି ଦେଖିବାକୁ ମିଳିଥିଲା। ଗଣମାଧ୍ୟମରେ ମଧ୍ୟ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏପରିକି ଦୁହେଁ ଏକାଠି ବୁଲୁଥିବାର ଫଟୋ ଭାଇରାଲ ହୋଇଥିଲା। ଏଥିରେ ଖୁବ୍‌ ରାଗିଯାଇଥିଲେ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା। ସେ ତାଙ୍କୁ ଛାଡପତ୍ର ଦେବା ପାଇଁ ମଧ୍ୟ କାଗଜପତ୍ର ପ୍ରସ୍ତୁତ କରିଥିଲେ। ସେତେବେଳେ କ୍ରିକେଟରେ ଗାଙ୍ଗୁଲିଙ୍କ ରାଜ୍‌ ଚାଲିଥିଲା। ଭାବମୂର୍ତ୍ତି ଖରାପ୍‌ ହୋଇଯିବା ଆଶଙ୍କାରେ ଗାଙ୍ଗୁଲି ବାଧ୍ୟ ହୋଇ ନଗମାଙ୍କ ସହ ସମ୍ପର୍କ ଛିନ୍ନ କରିଦେଇଥିଲେ।

Share