Categories: ଜାତୀୟ

ବିବାହ କଲେ ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା

ଥିରୁଭାନନ୍ଥପୁରମ,୨୬।୧: କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହେଇଦି ସାଦିୟା ବିବାହ କରିଛନ୍ତି। ଏର୍ନାକୁଲମରେ ଅଥର୍ବ ମୋହନଙ୍କୁ ସେ ରବିବାର ବିବାହ କରିଥିବା ଜଣାପଡିଛି। ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ମାଧ୍ୟମରେ ଏହି ବିବାହ କରାଯାଇଛି। ସାଦିୟା ପ୍ରଥମ ଟ୍ରାନ୍ସଜେଣ୍ଡର ଖବରଦାତା ହୋଇଥିବା ବେଳେ ରାଜ୍ୟରେ ଏହା ଚତୁର୍ଥ ଟ୍ରାନ୍ସଜେଣ୍ଡର ବିବାହ ବୋଲି ଜଣାପଡିଛି। ସାଦିୟା କେରଳର ଏକ ଜଣାଶୁଣା ନ୍ୟୁଜ ଚ୍ୟାନେଲରେ ଖବରଦାତା ଭାବେ କାମ କରୁଥିବା ବେଳେ ଅଥର୍ବ ତ୍ରିଭାନ୍ଦ୍ରମରେ ଏକ ଘରୋଇ ସଂସ୍ଥାରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି।

Share