ବିବାହ କଲେ ମୋନା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ବଲିଉଡ୍‌ ଆକ୍ଟ୍ରେସ୍‌ ମୋନା ସିଂ। ସେ ତାଙ୍କ ପୁରୁଷ ବନ୍ଧୁ ତଥା ସାଉଥ୍‌ ଇଣ୍ଡିଆର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ଶ୍ୟାମଙ୍କୁ ଶୁକ୍ରବାର ବିବାହ କରିଛନ୍ତି। ଏବେ ବିବାହ ବେଳର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି। ବୋହୂ ବେଶରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି ମୋନା। ଲାଲ ରଙ୍ଗର ଲେହେଙ୍ଗା ସାଙ୍ଗକୁ ହେଭି ଜୁଏଲରୀ ମୋନାଙ୍କୁ ଖୁବ୍‌ ମାନୁଛି। ଗୁରୁବାର ମୋନାଙ୍କ ପ୍ରିଓ୍ବେଡିଂ ଫେଷ୍ଟିଭ ସରିଥିବା ବେଳେ ତାଙ୍କର ହଳଦୀ ଓ ମେହେନ୍ଦୀର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ଅଳ୍ପ କେତେଜଣ ଅତିଥିଙ୍କ ଗହଣରେ ଏହି ବିବାହ ସମ୍ପନ୍ନ ହୋଇଛି। ଟେଲିଭିଜନ ସିରିଏଲରେ ଖୁବ୍‌ ନାଁ କରିଥିବା ମୋନା ବିବାହ ପୂର୍ବରୁ ଟେଲିଭିଜନ କଳାକାର କରଣ ଓବରୟ ଓ କମାଣ୍ଡୋ ଆକ୍ଟର ବିଦ୍ୟୁତ ଜାନଓ୍ବାଲାଙ୍କ ସହ ରିଲେସନ୍‌ଶିପରେ ଥିଲେ ବୋଲି କୁହାଯାଏ। ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ମୋନା ନଜର ଆସିବେ। ବିବାହ ପୂର୍ବରୁ ସେ ଏହାର ଶୁଟିଂ ସାରିଥିବା କୁହାଯାଏ।

Share