ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ ବୃଦ୍ଧାଶ୍ରମରେ ରହୁଥିବା ୬୭ ବର୍ଷୀୟ କୋଚାନିୟନ ମେନନ ଉକ୍ତ ଆଶ୍ରମର ୬୫ ବର୍ଷୀୟ ଲକ୍ଷ୍ମୀ ଅମାଲଙ୍କୁ ଶନିବାର ବିବାହ କରିଛନ୍ତି। ବୃଦ୍ଧାଶ୍ରମରେ ରହୁଥିବା ଏହି ଦମ୍ପତିଙ୍କ ମଧ୍ୟରେ ପ୍ରେମ ହେବାରୁ ଏମାନେ ବିବାହ କରିଥିବା କୁହାଯାଉଛି। କେରଳର କୃଷିମନ୍ତ୍ରୀ ଭିଏସ୍‌ ସୁନୀଲ କୁମାର ଏଥିରେ ଯୋଗ ଦେଇ କନ୍ୟାଦାନ କରିଥିଲେ।

ଶୁକ୍ରବାର ଏହି ବିବାହର ମେହେନ୍ଦି ସେରିମନୀ ମଧ୍ୟ ଆୟୋଜିତ ହୋଇଥିବା କହିଛନ୍ତି ବୃଦ୍ଧାଶ୍ରମର ପରିଚାଳକ। ଏହି ବିବାହରେ ଲକ୍ଷ୍ମୀ ଲାଲ ରଙ୍ଗର ଏକ ଶାଢୀ ପିନ୍ଧିଥିବା ବେଳେ କୋଚାନିୟନ ପାରମ୍ପରିକ ଧୋତି ଓ ଅଫ୍‌ ହ୍ବାଇଟ୍‌ କଲର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ମଣ୍ଡପରେ ଏମାନଙ୍କ ବିବାହ କରାଯିବା ସହ ଏଥିରେ ଯୋଗ ଦେଇଥିବା ଅତିଥିଙ୍କୁ ସୁସ୍ବାଦୁ ଭୋଜନରେ ମଧ୍ୟ ଆପ୍ୟାୟିତ କରାଯାଇଥିଲା।

Share