Categories: ଜାତୀୟ

ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା

ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍‌ ଗାଁ ଏହି କ୍ଷେତ୍ରରେ ସଫଳତା ହାସଲ କରିଛି। ଗାଁରେ ନିଶା ଦ୍ରବ୍ୟ ବ୍ୟବହାର ଉପରେ କଡ଼ା କଟକଣା ଜାରି କରାଯାଇଛି। ସମ୍ପ୍ରତି ଗାଁରେ ହେଉଥିବା ଏକ ବିବାହ ଉତ୍ସବରେ ଏନେଇ ସଚେତନତା ବାର୍ତ୍ତା ଦିଆଯାଇଛି। ଗାଁରେ ରାଜେନ୍ଦ୍ର ସିଂଙ୍କ ଭଉଣୀ ସୁମନ କଓ୍ବଁରଙ୍କର ବିବାହ ୧୦ ଜୁଲାଇରେ ହେବ। ଏନେଇ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇଛି। ତେବେ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ନେଇ ସଚେତନତା ବାର୍ତ୍ତା ଲିଖିତ ହୋଇଛି। ଏହି କାର୍ଡ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେତେକ ରାଜେନ୍ଦ୍ରଙ୍କ ପ୍ରୟାସକୁ ପ୍ରଶଂସା କରି କମେଣ୍ଟ ଲେଖିଛନ୍ତି।

Share