ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧ ମସିହାରେ ଆମେରିକାର ମେସୁରି ରାଜ୍ୟରେ ଯେଉଁମାନେ ବିବାହ କରୁ ନ ଥିଲେ ସେମାନଙ୍କ ଉପରେ ସରକାର ଟ୍ୟାକ୍ସ ଲଗାଉଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିବାହ ପାଇଁ ପ୍ରବର୍ତ୍ତାଇବା। ଏଥିପାଇଁ ଅବିବାହିତଙ୍କୁ ୧ଡଲାର ଟ୍ୟାକ୍ସ ଦେବାକୁ ପଡୁଥିଲା। କେବଳ ଆମେରିକା କାହିଁକି ରୋମରେ ମଧ୍ୟ ୯ମ ଶତାଦ୍ଦିରେ ଏହି ପ୍ରଥା ପ୍ରଚଳିତ ହେଉଥିବା କୁହାଯାଏ। ରୋମରେ ଆହୁରି ମଧ୍ୟ ଯେଉଁମାନଙ୍କର କୌଣସି ସନ୍ତାନ ନ ଥିବେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡୁଥିଲା। ୧୯୨୭ରେ ଇଟାଲିରେ ମଧ୍ୟ ବ୍ୟାଚେଲର ଟ୍ୟାକ୍ସ ପ୍ରଚଳିତ ଥିଲା।

Share