ବିବାହ ପରେ ଏବେ ଚର୍ଚ୍ଚାରେ ବିକ୍କି-କଟ୍ରିନାଙ୍କ କାର୍‌ ନମ୍ବର ପ୍ଲେଟ୍‌

ବମ୍ବେ: ମନ ମିଶିଲେ ସବୁ କିଛି ମିଶେ। ସେପରି କିଛି ଅଭିନେତା ବିକ୍କି କୌଶଲ-ଅଭିନେତ୍ରୀ କଟ୍ରିନା କୈଫଙ୍କ କ୍ଷେତ୍ରରେ। ଉଭୟ ବିବାହ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଦୁହିଁଙ୍କ ଗାଡ଼ର ନମ୍ବର ପ୍ଲେଟ ଖବର ଶିରୋନାମା ପାଲଟିଛି। ସୋସିଆଲ ମିଡିଆରେ ତା’ର ଫଟୋ ଭାଇରାଲ ହେଉଛି।

ଇନ୍‌ଷ୍ଟାଗ୍ରାମରେ ଜଣାଶୁଣା ଫଟୋଗ୍ରାଫର ୟୋଗେନ ଶାହ କଟ୍ରିନା-ବିକ୍କିଙ୍କ କାର୍‌ ନମ୍ବର ପ୍ଲେଟର ଫଟୋ ଶେୟାର କରି ଲେଖିଛନ୍ତି,‘ କଟ୍ରିନାଙ୍କ କାର୍‌ ନମ୍ବର-୮୮୨୨ ଏବଂ ବିକ୍କିଙ୍କ କାର ନମ୍ବର-୭୭୨୨। ଉଭୟଙ୍କ ପାଖରେ ରେଞ୍ଜ ରୋଭର ରହିଛି। ଏହି ନମ୍ବର ପ୍ଲେଟରେ ଅନେକ ସମାନତା ରହିଛି। କାର୍‌ ନମ୍ବର ୨୨ରେ ଶେଷ ହେଉଛି ବୋଲି ସେ ଲେଖିଛନ୍ତି।
ଫଟୋ ଭାଇରାଲ ହେବା ପରେ ବ୍ୟବହାରକାରୀ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ଉଭୟଙ୍କ ‘ଲଭ୍‌ ଷ୍ଟୋରୀ’ ସହ ଯୋଡ଼ୁଛନ୍ତି ତ ଆଉ କିଏ ଏହା ପ୍ରେମର ପ୍ରମାଣ ବୋଲି କହୁଛନ୍ତି।

Share