ବିବାହ ପରେ କରୀନାଙ୍କୁ କ୍ୟାରିୟର ବୁଡ଼ିଯିବା ଡର ଥିଲା

କ୍ୟାରିୟର ଆରମ୍ଭରୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି କରୀନା କପୁର। ବିବାହ ପରେ ଦର୍ଶକ ଭାବିଥିଲେ ତାଙ୍କ କ୍ୟାରିୟର ନିଶ୍ଚିତ ପ୍ରଭାବିତ ହେବ। ଖୋଦ୍‌ କରୀନାଙ୍କୁ ବି ପ୍ରେଗ୍‌ନାନ୍ସି ପରେ କ୍ୟାରିୟର ବୁଡ଼ିଯିବା ଭୟ ଘାରିଥିଲା।

ଏକ ସାକ୍ଷାତକାରରେ କରୀନା କହିଛନ୍ତି, ବିବାହ ଏବଂ ପ୍ରେଗ୍‌ନାନ୍ସି ପରେ କିଛି ଲୋକ କହୁଥିଲେ ତାଙ୍କ କ୍ୟାରିୟର ଗଲା। ସେ ନିଜେ ବି ଧରିନେଇଥିଲେ ତାଙ୍କ କ୍ୟାରିୟର ଏଥର ବୁଡ଼ିଯିବ। କିନ୍ତୁ ବାହାଘର ପରେ ପରିବାର ଏବଂ କାରିୟରଙ୍କୁ ସେ ବେଶ୍‌ ଭଲ ଭାବେ ବାଲାନ୍ସ କରିଚାଲିଛନ୍ତି। ସମସ୍ତ ଧାରଣାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ପୁଅ ତୈମୁରଙ୍କ ଜନ୍ମ ପରେ ବି ଲଗାତାର ସେ ଫିଲ୍ମରେ କାମ କରିଛନ୍ତି। ଇଣ୍ଡଷ୍ଟ୍ରିରେ ‘ବୀର୍‌ ଦ ଓ୍ବେଡିଙ୍ଗ୍‌’ ପରି ହିଟ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି।

Share