ବିବାହ ପରେ ନଓ୍ବାବଙ୍କ ଭାଗ୍ୟ ବଦଳିଲା: ରଜନୀକାନ୍ତଙ୍କ ଫିଲ୍ମରେ ମିଳିଲା ଅଫର

ବଲିଉଡ୍‌ରେ କେତେବେଳେ କ’ଣ ଘଟିଥାଏ ତାହା ପୂର୍ବରୁ କହିବା କଷ୍ଟକର। ଏମିତି କିଛି ଘଟିଛି ଅଭିନେତା ନଓ୍ବାବ ଶାହଙ୍କ ସହ। ନିକଟରେ ସେ ଅଭିନେତ୍ରୀ ପୂଜା ବାତ୍ରାଙ୍କ ସହ ଲୁଚିଛପି ବିବାହ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଇତିମଧ୍ୟରେ ଆଉ ଏକ ବଡ଼ ଖବର ମଧ୍ୟ ସମ୍ମୁଖକୁ ଆସିଛି। ବିବାହର ଅଳ୍ପ କିଛି ଘଣ୍ଟା ମଧ୍ୟରେ ଶାହଙ୍କୁ ଏକ ବଡ଼ ପ୍ରୋଜେକ୍ଟରେ ଅଫର ମିଳିଛି। ରଜନୀକାନ୍ତଙ୍କ ‘ଦରବାର’ ସିନେମାର ଏକ ପ୍ରମୁଖ ଚରିତ୍ରରେ ତାଙ୍କୁ ସୁଯୋଗ ମିଳିଥିବା ଜଣାପଡ଼ିଛି। ଫିଲ୍ମରେ ନଓ୍ବାବଙ୍କ ସହ ସୁନୀଲ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମରେ ନଓ୍ବାବଙ୍କ ଚରିତ୍ର ଜଣେ ବ୍ୟବସାୟୀର ରହିଛି।
ନଓ୍ବାବଙ୍କୁ ଶେଷ ଥର ପାଇଁ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ରିଲିଜ୍‌ ହେବା ଇତିମଧ୍ୟରେ ୨ ବର୍ଷ ବିତିଯାଇଛି। ବର୍ତ୍ତମାନ ନଓ୍ବାବ ସଲମାନ୍‌ଙ୍କ ସହ ଆଉ ଏକ ସିନେମା ‘ଦବଙ୍ଗ-୩’ ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିସହ ‘ପାନିପତ୍‌’ ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।

Share