ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ ରୋମି ଭାଟ୍ଟିଆଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ଏହି ଯୋଡ଼ି। ଦୀପିକା-ରଣବୀର’। କହିରଖିଛୁ, ଏକ ସାକ୍ଷାତକାରରେ ରଣବୀର ଏମିତି କିଛି କଥା ଦର୍ଶକଙ୍କୁ କହିଛନ୍ତି; ଯାହା ପୂର୍ବରୁ କେହି ଶୁଣି ନ ଥିବେ।
ଦୀର୍ଘଦିନ ପରେ ଯେତେବେଳେ ଦୀପିକାଙ୍କ ସହ ଦେଖା ହୁଏ କ’ଣ କରନ୍ତି ବୋଲି ପ୍ରଶ୍ନର ଉତ୍ତରରେ ରଣବୀର କହିଛନ୍ତି, ‘ମୁଁ ଦୀପିକାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କୁ କେବେ ଛାଡ଼ି ଯିବିନି ବୋଲି କହିଥାଏ। ଶୁଟିଂରେ ବ୍ୟସ୍ତ ରହୁଥିବାରୁ କିଛିଦିନ ଦୀପିକାଙ୍କ ଠାରୁ ଦୂରେଇ ରହିବାକୁ ପଡ଼େ। ତେଣୁ ଦୀର୍ଘଦିନ ପରେ ଦେଖା ହେଲେ ଆମେ ଦୁଇଜଣ ବହୁ ଖୁସି ମନାଉ ବୋଲି ରଣବୀର କହିଛନ୍ତି।