ବିବାହ ପରେ ବଦଳିଗଲେ ମୋନା ସିଂ

ଅଭିନେତ୍ରୀ ମୋନା ସିଂ ବିବାହ କରିବାର ମାତ୍ର ୮ ଦିନ ପୂରଣ ହୋଇଛି। ସେ ୨୭ ଡିସେମ୍ବରରେ ତାଙ୍କ ବୟଫ୍ରେଣ୍ଡ୍‌ ଶ୍ୟାମ୍‌ଙ୍କୁ ବିବାହ କରିଥିଲେ। ବିବାହ ପରେ ମୋନା ସୋସିଆଲ ମିଡିଆରେ ଲଗାତର ଫଟୋ ଶେୟାର କରି ଚାଲିଛନ୍ତି। ତାଙ୍କର କିଛି ଫଟୋ ଏବେ ଭାଇରାଲ ହୋଇଛି। ଫଟୋରେ ମୋନା ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହା ଏକ ବାର୍ଥ ଡେ’ ପାର୍ଟିର ଫଟୋ। ମୋନାଙ୍କ ସବୁଠୁ ଭଲ ସାଙ୍ଗ ଗୌରବ ଗେରାଙ୍କ ଜନ୍ମଦିନ ଥିଲା। ଏଥିରେ ମୋନା ଯୋଗଦେଇ ସାଙ୍ଗମାନଙ୍କ ସହ ଖୁବ୍‌ ମଜା ଉଠାଇଥିଲେ।

ଗୌରବ ମୋନାଙ୍କ ସହ ‘ଜସି ଜୈସି କୋଇ ନହିଁ’ ସିରୟଲରେ ଅଭିନୟ କରିଥିଲେ। ଏଥିରେ ଗୌରବ ନନ୍ଦୁ ଭୂମିକାରେ ଅଭିନୟ କରିଥିଲେ। ସୋସିଆଲ ମିିଡିଆରେ ମୋନାଙ୍କ ଫଟୋ ଛାଇ ହୋଇଯାଇଛି। ତାଙ୍କ ସହିତ ସ୍ବାମୀ ପାର୍ଟିକୁ ଯାଇ ନ ଥିଲେ। ତେଣୁ ପ୍ରଶଂସକମାନେ କହିଛନ୍ତି, ବିବାହ ପରେ ସ୍ବାମୀଙ୍କୁ ନ ନେଇ ମୋନା କ’ଣ ପାଇଁ ଏତେ ବଦଳିଗଲେ। କାରଣ ଯାହା ଥାଉନା କାହିଁକି ମୋନା କିନ୍ତୁ ପାର୍ଟିରେ ପୂରା ଦମ୍‌ରେ ଡ୍ୟାନ୍ସ କରିଛନ୍ତି।

Share