ବିବାହ ପରେ ବି ପ୍ରେମ କରୁଥିଲେ ଅନୀଲ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ୍‌ ନାୟକ ଅନୀଲ କପୁର ଏବେ ବି ନାୟକ ଭୂମିକାରେ ଆସିଲେ ଦର୍ଶକଙ୍କ ମନ କିଣି ନିଅନ୍ତି। ମଙ୍ଗଳବାର ୬୩ ବର୍ଷରେ ପଦାର୍ପଣ କରିଥିବା ଅନୀଲ ଏବେବି ନାୟକ ଭଳି ଲାଗନ୍ତି। ୮୦-୯୦ ଦଶକରେ ମାଧୁରୀ ଦିକ୍ଷିତଙ୍କ ସହ ତାଙ୍କ ଯୋଡି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିଲା। ଉଭୟଙ୍କ ଯୋଡି ‘ରାମ ଲକ୍ଷ୍ମଣ’, ‘କିଷନ କହ୍ନେୟା’, ‘ବେଟା’ରେ ଦର୍ଶକଙ୍କୁ ବେଶ୍‌ ଛୁଇଁ ପାରିଥିଲା। ମାଧୁରୀଙ୍କ ସହ ଅନୀଲ ଯେତେସବୁ ଫିଲ୍ମରେ ଅଭିନୟ କରିଛନ୍ତି ଅଧିକାଂଶ ଫିଲ୍ମ ହିଟ୍‌ ହୋଇଥିବାରୁ ସବୁ ନାୟିକା ନାୟକଙ୍କ ଭଳି ଏମାନଙ୍କ ଯୋଡିକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ଏମିତିକି ମାଧୁରୀଙ୍କ ମ୍ୟାନେଜର ମଧ୍ୟ କହିଥିଲେ ମାଧୁରୀ-ଅନୀଲଙ୍କ ରେମାନ୍ସ ନ ଦେଖିଲେ ଫିଲ୍ମ ଭଲ ବିଜନେସ୍‌ କରୁନାହିଁ। ଯଦିଓ ଏହା କେତେକାଂଶରେ ସତ ଥିଲା କିନ୍ତୁ ଅନୀଲ ବିବାହ କରିସାରିଥିବାରୁ ଦିନେ ଶୁଟିଂ ସେଟରେ ମାଧୁରୀ ଅନୀଲଙ୍କ ପରିବାରକୁ ଦେଖିବା ପରେ ସେ ତାଙ୍କଠାରୁ ଏକ ପ୍ରକାର ଦୂରେଇ ଯାଇଥିଲେ ବୋଲି କୁହାଯାଏ। ଅବଶ୍ୟ ଏହାପରେ ମାଧୁରୀଙ୍କ ନାଁକୁ ସଞ୍ଜୟ ଦତ୍ତଙ୍କ ସହ ଯୋଡି ଦିଆଯାଇଥିଲା। କିନ୍ତୁ ଥରେ ଏକ ସାକ୍ଷାତ୍‌କାରରେ ଅନୀଲ କହିଥିଲେ ମାଧୁରୀଙ୍କ ସହ ତାଙ୍କ ରୋମାନ୍ସର କାହାଣୀକୁ ନେଇ ଯଦି ଗସିପ୍‌ ନ ହେଉଛି ତେବେ ଲୋକେ ଫିଲ୍ମ ଦେଖିବାକୁ ପସନ୍ଦ କରୁନାହାଁନ୍ତି। କେବଳ ଫିଲ୍ମ ହିଟ୍‌ କରିବା ପାଇଁ ତାଙ୍କ ନାଁକୁ ମାଧୁରୀଙ୍କ ସହ ଯୋଡି ଦିଆଯାଇଥିଲା ବୋଲି ହସି ହସି ଅନୀଲ ଉତ୍ତର ଦେଇଥିଲେ।

Share