Categories: ଫୁରସତ

ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍‌ରେ ବିବାହ ସମୟରେ ଏକ ଅଜବ ପରମ୍ପରା ପାଳିତ ହୋଇଥାଏ। ଏଠାରେ ବିବାହରେ ଯୋଗଦେବାକୁ ଆସିଥିବା ବନ୍ଧୁବାନ୍ଧବ ତଥା ପରିବାର ବର୍ଗ ନବଦମ୍ପତ୍ତିଙ୍କୁ କଳାରଙ୍ଗ ବୋଳିଥାନ୍ତି। ଏହା ସହିତ ବରକନ୍ୟାଙ୍କ ଉପରେ କାଦୁଅ ମଧ୍ୟ ଢ଼ଳା ଯାଇଥାଏ। ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି ଯେ, ଏସବୁ କରିବା ଦ୍ୱାରା ବିଭିନ୍ନ ନକାରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ ହୋଇ ନବଦମ୍ପତ୍ତିଙ୍କ ଭବିଷ୍ୟତ ଜୀବନ ସୁଖମୟ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୁଏ। ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ପ୍ରେମ ସମ୍ପର୍କ ସୁଦୃଢ଼ ହୋଇଥାଏ। କାଦୁଅ ତଥା କଳାରଙ୍ଗ ବୋଳିହେବା ସମୟରେ ସେମାନେ ପରସ୍ପର ପ୍ରତି ଅଙ୍ଗୀକାରବଦ୍ଧ ରହିବାର ଶପଥ ମଧ୍ୟ ଗ୍ରହଣ କରିଥାନ୍ତି।

Share