Categories: ଫୁରସତ

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି। ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି। ୧୦୦ ପୋଲିସ କର୍ମଚାରୀଙ୍କ ବିବାହ ଥିବାବେଳେ ସେମାନଙ୍କ ସମ୍ପର୍କୀୟଙ୍କର ମଧ୍ୟ ବିବାହ ହେଉଛି। ଏହି ଛୁଟିକୁ ନେଇ ୟୁପି ପୋଲିସ ଚିନ୍ତାରେ ପଡ଼ିଯାଇଛି।
ଲକ୍ଷ୍ନୌର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରାଯାଇଛି। ଛୁଟି ଦରଖାସ୍ତ ସହ ନିମନ୍ତ୍ରଣ କାର୍ଡ ମଧ୍ୟ ଲଗାଯାଇଛି। ୟୁପି ପୋଲିସ ପ୍ରବକ୍ତା କୁହନ୍ତି, ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ପୋଲିସ ଷ୍ଟେଶନରେ ବିବାହ ପାଇଁ ୨ /୩ ଜଣ ଛୁଟି ଆବେଦନ ପତ୍ର ଦେଇଛନ୍ତି। ଲକ୍ଷ୍ନୌର ଏସ୍‌ଏସ୍‌ପି କଳାନିଧି ନୈଥାନୀ ବିବାହ ପାଇଁ ଉଦାରପୂର୍ଣ୍ଣ ଭାବେ ଛୁଟି ମଞ୍ଜୁର କରିଛନ୍ତି। ବିବାହ ଉତ୍ସବରେ ବରିଷ୍ଠ ପୋଲିସ ଅଧିକାରୀ ବ୍ୟକ୍ତିଗତ ଭାବେ ଯୋଗଦେବେ।
ନୈଥାନୀ କୁହନ୍ତି, ସୁରକ୍ଷା ଚିନ୍ତା ଯେତିକି ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜଣକ ବିବାହ। ତେଣୁ ଏଥିପାଇଁ ୩୦ ଦିନ ଛୁଟି ଦିଆଯାଇପାରିବ। ଖାସ୍‌ କରି ଏସ୍‌ଏସ୍‌ପି ଏହି ବିବାହ ଉତ୍ସବ ନିମନ୍ତେ ଅଧିକ ପୋଲିସ ଫୋର୍ସ ମଗାଇଛନ୍ତି।

Share