ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏହି ନାୟିକା

ମୁମ୍ବାଇ: ବଲିଉଡ୍‌ ମୁଭି ‘ସିଙ୍ଘମ’ରେ ନଜର ଆସିଥିବା ନାୟିକା କାଜଲ ଅଗ୍ରଓ୍ବାଲ ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ବିବାହକୁ ନେଇ ଖୋଲାଖୋଲି କଥା ହୋଇଛନ୍ତି। ଏବେ ସେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି। ତେବେ ତାଙ୍କ ସ୍ବାମୀ କେମିତି ଗୁଣର ହୋଇଥିବା କଥା ପଚାରିବାରୁ ସେ କହିଛନ୍ତି, ମୋ ସ୍ବାମୀ ପଜେସିଭ, ପ୍ରଶ୍ନ ପଚାରି ପାରୁଥିବା ଓ ଆଧ୍ୟାତ୍ମିକ ସ୍ବଭାବର ହୋଇଥିବା ଦରକାର। କାରଣ ମୋ ପାଖରେ ଶିବଙ୍କର ଏକ ଛୋଟିଆ ମୂର୍ତ୍ତି ଅଛି ଆଉ କାଜଲ ତାକୁ ସବୁ ଆଡକୁ ନେଇ ଯାଇ ଥାଆନ୍ତି ବୋଲି କହିଛନ୍ତି। ଏମିତି ଆଉ କିଛି ପ୍ରଶ୍ନର ଉତ୍ତର ଦେବା ବେଳେ କାଜଲ କହିଛନ୍ତି ସେ ସାଉଥ୍‌ ଷ୍ଟାର ପ୍ରଭାସଙ୍କୁ ବିବାହ କରିବାକୁ ଚାହାଁନ୍ତି। ତେବେ କେବଳ ନାୟିକମାନେ ନୁହେଁ ସାଧାରଣ ଯୁବତୀ ମଧ୍ୟ ପ୍ରଭାସଙ୍କ ପ୍ରେମରେ ପଡିବା ସ୍ବାଭାବିକ କଥା।

Share