Categories: ଜାତୀୟ

ବିବାହ ପାଇଁ ମନା କରିବାରୁ କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ

ଦ୍ୱାରିକା,୨୯।୫: ବିବାହର ପ୍ରସ୍ତାବ ସ୍ବୀକାର କରି ମନା କରିବା ପରେ ନିଜ ସାଙ୍ଗମାନଙ୍କ ସହିତ ମିଶି କନ୍ୟା ପିତାଙ୍କୁ ଅପହରଣ କଲେ ଯୁବକ। ଏହାପରେ ଯୁବକଙ୍କୁ ବିବାହ କରିବା ପାଇଁ ଝିଅକୁ ବାଧ୍ୟ କରିଥିଲେ ବାପା। ଏହି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଦ୍ୱାରିକାରେ। ସୂଚନାଯୋଗ୍ୟ, ଦ୍ୱାରିକା ନର୍ଥ ଥାନା ଅଞ୍ଚଳରେ ନିକଟରେ ପୀଡିତଙ୍କ ପରିବାରଲୋକେ ରହୁଥିଲେ। ପୂର୍ବରୁ ପୀଡିତଙ୍କ ଝିଅ ଓ ଅଭିଯୁକ୍ତ ସଞ୍ଜୀବଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ଦୁହିଁଙ୍କ ବିବାହ ପାଇଁ ପ୍ରଥମେ ଝିଅର ପରିବାର ଲୋକ ରାଜି ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମନା କରିଦେଇଥିଲେ। ସଞ୍ଜୀବ ପ୍ରତିଦିନ ଘରକୁ ଆସି ପୀଡ଼ିତଙ୍କ ଝିଅକୁ ହଇରାଣ କରୁଥିବାରୁ ସେ ନିଜ ପରିବାର ଲୋକଙ୍କୁ ଭୋପାଳକୁ ପଠାଇ ନିଜେ ଦ୍ୱାରିକାରେ ରହୁଥିଲେ। ଉକ୍ତ ଯୁବକ ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ି ଝିଅର ବାପାଙ୍କୁ ଅପହରଣ କରିନେଇଥିଲେ। କିଛି ସମୟ ପରେ ଝିଅକୁ ବାପାଙ୍କ ଫୋନ କଲ୍‌ ଆସିଥିଲା। ସଞ୍ଜୀବ ଭଲ ପିଲା ହୋଇଥିବା ବେଳେ ତାଙ୍କୁ ବିବାହ ପାଇଁ ସେ ବାଧ୍ୟ କରିଥିଲେ। ବାପାଙ୍କ ଏହି କଥାକୁ ନେଇ ଝିଅକୁ ସନ୍ଦେହ ହେବା ପରେ ସେ ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୀଡ଼ିତଙ୍କ ଝିଅଙ୍କୁ ଆସିଥିବା ୨ଟି ନମ୍ବରକୁ ଟ୍ରେସ କରିଥିଲା ପୋଲିସ। ଏହାପରେ ମଥୁରା ଜଙ୍କସନ୍‌ରୁ ଝିଅର ବାପାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅଭିଯୁକ୍ତ ସଞ୍ଜୀବଙ୍କୁ ଗିରଫ କରିଛି ପୋଲିସ। ଅପରପକ୍ଷରେ ପୋଲିସ ସଞ୍ଜୀବଙ୍କ ଅନ୍ୟ ୩ ସହଯୋଗୀ ଓ ଅପହରଣରେ ସମ୍ପୃକ୍ତ ଥିବା ଗାଡିକୁ ଖୋଜିବା ସହ ତଦନ୍ତ ଜାରି ରଖିଛି।

Share