Categories: ଜାତୀୟ

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୨ରେ ସେ ଆଇପିଏସ୍‌ ଅଫିସର ଭାବେ ଟ୍ରେନିଂ ନେଇଥିଲେ। ଟ୍ରେନିଂ ସମୟରେ ବୃଜ୍‌ ବେଦିଙ୍କ ସହିତ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସାକ୍ଷାତ୍‌ ଧୀରେ ଧୀରେ ବଢ଼ିଥିଲା। ପରେ ଦୁହେଁ ବିବାହ ପାଇଁ ମନସ୍ଥ କରିଥିଲେ। ବିବାହ ଲାଗି ଶୁଭ ମୂହୂର୍ତ୍ତ ରାତି ୨ଟାରେ ଥିଲା। ବୃଜ୍‌ କିରଣଙ୍କ ଘରେ ଗେଟ୍‌ ଡେଇଁ ପହଞ୍ଚିଥିଲେ। ଦୁହେଁ ଚାଲି ଚାଲି ମନ୍ଦିରରେ ପହଞ୍ଚିଥିଲେ। ପୂଜାରିଙ୍କୁ ଉଠାଇଥିଲେ। ତେବେ ପୂଜାରି କହିଥିଲେ ଏବେ ଠାକୁର ଶୋଇଛନ୍ତି। ପରେ ଦୁହେଁ ମାଳା ଅଦଳବଦଳ କରି ବିବାହ କରିଥିଲେ। ତାପର ଦିନ ସକାଳେ ଦୁହେଁ ନିଜ ନିଜ କାମରେ ଅଫିସ ଯାଇଥିଲେ। ଇତିମଧ୍ୟରେ ବୃଜ୍‌ଙ୍କ ପରଲୋକ ହୋଇସାରିଛି। ୨୦୧୬ ଜାନୁୟାରୀ ୩୧ରେ ତାଙ୍କର ଦେହାନ୍ତ ହୋଇଥିଲା।

Share