ବିବାହ ପାଇଁ ସମୟ ନାହିଁ: ମଲାଇକା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ରିଲେସନଶିପକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ମଲାଇକା ତାଙ୍କ ପ୍ରଥମ ସ୍ବାମୀ ଅରବାଜ ଖାଁଙ୍କଠାରୁ ଅଲଗା ହେବା ପରେ ବେଶ୍‌ କିଛିଦିନ ହେବ ଅର୍ଜୁନଙ୍କ ସହ ରିଲେସନଶିପରେ ରହିଥିବା ଆଲୋଚନା ହେଉଛି। ଅନେକ ଥର ଏମାନଙ୍କ ବିବାହକୁ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏମାନେ କେବେ ବିବାହ କରିବେ ତାହା ସ୍ପଷ୍ଟ କରି ନାହାଁନ୍ତି। ନିକଟରେ ନୂଆବର୍ଷ ପାଳନ ପାଇଁ ଉଭୟ ଗୋଆ ଯାଇଥିବା ବେଳେ ଏମାନଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଲାଗୁଥିଲା ଏହି ପ୍ରେମପକ୍ଷୀ ୨୦୨୦ରେ ବିବାହ କରିପାରନ୍ତି। ହେଲେ ନିକଟରେ ଏକ ସାକ୍ଷାତ୍‌କାରରେ ବିବାହକୁ ନେଇ ମତ ରଖିଛନ୍ତି ମଲାଇକା। ସେ କହିଛନ୍ତି ଏବେ ତାଙ୍କ ପାଖରେ ବିବାହ କରିବାକୁ ସମୟ ନାହିଁ। କାରଣ ଏବେ ସେ ତାଙ୍କ ବିଜ୍‌ନେସରେ ସମ୍ପୂର୍ଣ୍ଣ ବ୍ୟସ୍ତ ଯାହା ତାଙ୍କୁ ଜଣେ ବିଜ୍‌ନେସ ଓମେନ୍‌ର ପରିଚୟ ଦେଇଛି। ଏହାକୁ ନେଇ ୨୦୧୯ ତାଙ୍କର ଭଲରେ କଟିଛି। ତେଣୁ ଏବେ ସେ ବିଜ୍‌ନେସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି। ଆଉ ବିବାହ କଥା ଉଠିଲେ ସେ କହିଛନ୍ତି ଆମେ ଉଭୟ ପ୍ରଫେଶନାଲ ଓ ପର୍ସନାଲ ଲାଇଫରେ ଠିକ୍‌ ଅଛୁ। ଯେବେବି ବିବାହ କରିବୁ ସେ ସମ୍ପର୍କରେ ସମସ୍ତଙ୍କୁ ଜଣାଇବୁ ବୋଲି ମଧ୍ୟ ମଲାଇକା କହିଛନ୍ତି।

Share