ବିବାହ ପୂର୍ବରୁ ଏହି ଅଭିନେତ୍ରୀମାନେ ଥିଲେ ଗର୍ଭବତୀ !

ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପୂର୍ବରୁ ଗର୍ଭବତୀ ଥିବା ଚର୍ଚ୍ଚା ହେଉଥିଲା। ତେବେ ଜାଣନ୍ତୁ କେଉଁମାନଙ୍କ ନାମ ଏହି ଚର୍ଚ୍ଚାର ପରିସରକୁ ଆସିଥିଲା।

ଶ୍ରୀଦେବୀ : ବିବାହ ପୂର୍ବରୁ ଶ୍ରୀଦେବୀ ଗର୍ଭବତୀ ଥିବା ସେତେବେଳେ ବଲିଉଡ୍‌ରେ ଚର୍ଚ୍ଚା ହୋଇଥିଲା। ଶ୍ରୀଦେବୀ ବି ଖୋଲାଖୋଲି କହିଥିଲେ, ସେ ବୋନିକପୁରଙ୍କ ପିଲାର ମାଆ ହେବାକୁ ଯାଉଛନ୍ତି। ପରେ ବୋନି କପୁରଙ୍କୁ ବିବାହ କରି ନେଇଥିଲେ। ଶ୍ରୀଦେବୀଙ୍କ ଦେହାନ୍ତ ହୋଇସାରିଥିବାବେଳେ ତାଙ୍କର ଦୁଇଝିଅ ଅଛନ୍ତି ଜାହ୍ନବୀ ଏବଂ ଖୁସି।

କୋଙ୍କଣା ସେନ୍‌ ଶର୍ମା : ବୟଫ୍ରେଣ୍ଡ୍‌ ରଣବୀର ଶୌରଙ୍କୁ ହଠାତ୍‌ ବିବାହ କରିଥିଲେ କୋଙ୍କଣା। ବିବାହର କିଛିଦିନ ପରେ ଦୁଇଜଣ ମାତାପିତା ହେବାକୁ ଯାଉଥିବା ଘୋଷଣା କରିଥିଲେ। କୁହାଯାଏ, ଗର୍ଭବତୀ ଥିବାରୁ କୋଙ୍କଣା ହଠାତ୍‌ ବିବାହ କରିନେଇଥିଲେ।

ମହିମା ଚୌଧୁରୀ : ବିବାହ ପୂର୍ବରୁ କୁଆଡ଼େ ଗର୍ଭବତୀ ଥିଲେ ମହିମା। ପରେ ସେ ବବି ମୁଖାର୍ଜୀଙ୍କୁ ବିବାହ କରିଛନ୍ତି।

ସେଲିନା ଜେଟ୍‌ଲି : ଅନ୍ୟ ଅଭିନେତ୍ରୀଙ୍କ ପରି ସେଲିନା ମଧ୍ୟ ବିବାହ ପୂର୍ବରୁ ଗର୍ଭବତୀ ଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଥିଲା। ସେଲିନା ପିଟର ହଗ୍‌ଙ୍କୁ ବିବାହ କରିଛନ୍ତି। ତାଙ୍କର ଦୁଇ ଜାଆଁଳା ସନ୍ତାନ ଅଛନ୍ତି।

ଟ୍ବିଙ୍କିଲ୍‌ ଖାନ୍ନା : ବିବାହ ପୂର୍ବରୁ ଟ୍ବିଙ୍କିଲ ଗର୍ଭବତୀ ଥିବା ଶୁଣିବାକୁ ମିଳିଥିଲା। ୨୦୦୧ରେ ଟ୍ବିଙ୍କିଲ ଏବଂ ଅକ୍ଷୟଙ୍କ ବିବାହ ହୋଇଥିଲା। ବର୍ତ୍ତମାନ ଦୁଇଜଣଙ୍କ ବୈବାହିକ ଜୀବନ ବେଶ୍‌ ହସଖୁସିରେ କଟୁଛି।

Share