ବିବାହ ପୂର୍ବରୁ ବ୍ୟାଚ୍‌ଲର୍‌ ପାର୍ଟି ଦେଲେ ନେହା, ଆଦିତ୍ୟ

ବଲିଉଡ୍‌ ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ ବିବାହ କରିବେ। ଉଭୟଙ୍କ ବିବାହ ଆସନ୍ତା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ ଡେ’ରେ ହେବ ବୋଲି କୁହାଯାଉଛି। ବିବାହ ପୂର୍ବରୁ ନେହା ଏବଂ ଆଦିତ୍ୟ ବ୍ୟାଚ୍‌ଲର୍‌ ପାର୍ଟି ଦେଇଛନ୍ତି। ପାର୍ଟିର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନେହା ‘ଇଣ୍ଡିଆନ ଆଇଡଲ ୧୧’ ଶୋ’କୁ ଜଜ କରୁଥିବାବେଳେ ଶୋ’ ଉପସ୍ଥାପକ ଦାୟିତ୍ୱ ତୁଲାଉଛନ୍ତି ଆଦିତ୍ୟ। ଅନେକ ଥର ଏହି ଶୋ’ରେ ଆଦିତ୍ୟ ତାଙ୍କ ପ୍ରେମର ପରିପ୍ରକାଶ ନେହାଙ୍କ ଆଗରେ କରିଛନ୍ତି। କିନ୍ତୁ ତାହା ରିଲ ବୋଲି ଦର୍ଶକ ଭାବୁଥିବାବେଳେ ଗୋଟିଏ ଏପିସୋଡରେ ଉଦିତ୍‌ ନାରାୟଣ ଓ ତାଙ୍କ ସ୍ତ୍ରୀଙ୍କୁ ଉକ୍ତ ଶୋ’ରେ ଦେଖିବାକୁ ମିଳିଥିଲା। ଉଭୟ ନେହାଙ୍କୁ ବୋହୂ କରିବାକୁ ଚାହୁଁଛନ୍ତି ବୋଲି ଖୋଲାଖୋଲି କହିଥିଲେ। ଏହାପରଠାରୁ ନେହା ଏବଂ ଆଦିତ୍ୟ ବିବାହକୁ ନେଇ ଚର୍ଚ୍ଚା ଉଠିଥିଲା। ଉଭୟଙ୍କୁ ଶୋ’ର ଏକ ଏପିସୋଡରେ ରୋମାଣ୍ଟିକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଇଥିଲା।

Share