ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି କଲ୍କି କୋଚଲିନ୍‌: ୫ ମାସର ଗର୍ଭବତୀ ଥିବା କଲେ ସ୍ବୀକାର

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତ୍ରୀ କଲ୍କି କୋଚଲିନ୍‌ ବିବାହ ପୂର୍ବରୁ ମା’ ହେବାକୁ ଯାଉଛନ୍ତି। ଏହା ସେ ନିଜେ ସ୍ବୀକାର କରିଛନ୍ତି। ଏବେ ସେ ୫ ମାସର ଗର୍ଭବତୀ ବୋଲି  ସୂଚନା ଦେଇଛନ୍ତି। ତାଙ୍କ ବୟଫ୍ରେଣ୍ଡ୍‌ ଗେ ହେର୍ସବର୍ଗ ଇସ୍ରାଏଲର ଜଣେ କ୍ଲାସିକାଲ ପିୟାନିଷ୍ଟ୍‌। ନିଜର ପ୍ରଥମ ସନ୍ତାନକୁ କୋଚଲିନ ଓ୍ବାଟର ବାର୍ଥ ଦେବାକୁ ଚାହୁଁଛନ୍ତି। ସୂଚନାଯୋଗ୍ୟ, କୋଚଲିନ ୨୦୧୧ରେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ତେବେ ୨୦୧୩ରେ ଦୁହେଁ ପରସ୍ପରଠାରୁ ଅଲଗା ରହୁଥିଲେ। ଏହାପରେ ୨୦୧୫ରେ ସେ ଅନୁରାଗଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

Share