ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅଭିଯୁକ୍ତ ଗିରଫ

ରୂପ୍‌ସା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅଧୀନ ଏକ ଗ୍ରାମର ଜଣେ ନାବାଳିକାଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ବିବାହର ପ୍ରତିଶ୍ରୁତିି ଦେଇ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ବୁଧବାର ଏକ ମାମଲା (ନଂ. ୩୭/୧୯) ରୁଜୁ କରି ଅଭିଯୁକ୍ତ ମକରୀ ଦେହୁରୀଙ୍କୁ ମୟୂରଭଞ୍ଜ ଜିଲାର ବଡଗୁମା ଛକରୁ କାବୁ କରି ଥାନକୁ ଆଣିଛି। ଉଭୟ ପୀଡିତା ଓ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚୁରା ଜାରି ରଖିଛି । ପ୍ରତାରଣାର ଶିକାର ହୋଇଥିବା ନାବାଳିକା ଗର୍ଭବତୀ ଥିବା ପୋଲିସ ସୂଚନା ଦେଇଛି। ପ୍ରଥମେ ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଘଟଣାର ସମାଧାନ ପାଇଁ ବୈଠକ କରି କଣସି ସୁଫଳ ନ ମିଳିବାରୁ ନାବାଳିକାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଉଭୟଙ୍କୁ ଡାକ୍ତରୀମାଇନା କରାଇବା ସହ କୋର୍ଟରେ ବୟାନ ରେକର୍ଡ ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ସୁଚନ୍ଦ୍ର ମହାଳିକ କହିଛନ୍ତି ।

Share