ବିବାହ ବନ୍ଧନରେ ଆବଦ୍ଧ ହେବେ ରିଚା-ଅଲ୍ଲୀ ଫାଜଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ନିକଟରେ କରିସ୍ମା ଏବଂ କରିନା କପୁରଙ୍କ ଭାଇ ଅରମାନ ଜୈନଙ୍କ ବିବାହ ଶେଷ ହୋଇଥିବାବେଳେ ଏବେ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ହେଲେ ଅଭିନେତ୍ରୀ ରିଚା ଚଢା ଏବଂ ଅଲ୍ଲୀ ଫାଜଲ। ଉଭୟ ପରସ୍ପରକୁ ୫ ବର୍ଷ ହେବ ଡେଟିଂ କରିଆସୁଛନ୍ତି। ଚଳିତବର୍ଷ ଜୁନ୍‌ କିମ୍ବା ଜୁଲାଇରେ ଏହି ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି। ଉଭୟ କିନ୍ତୁ ଏହି ସମ୍ପର୍କକୁ ନେଇ ଚୁପ୍‌ ଅଛନ୍ତି। ନିକଟରେ ‘ଛପାକ୍‌’ ଫିଲ୍ମ ପ୍ରିମିୟରରେ ରିଚା ଏବଂ ଅଲ୍ଲୀଙ୍କୁ ଏକାଠି ଦେଖିବାକୁ ମିଳିଥିଲା।

Share