Categories: ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଉ ଜଣେ କ୍ରିକେଟର୍‌

ପୁଣି ଜଣେ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘ ଦିନର ପ୍ରେମିକା ସନାୟା ଟାକ୍ରିରିଓ୍ବାଲାଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର। ଦକ୍ଷିଣ ଭାରତୀୟ ବିବାହ ରୀତିନୀତିରେ ଉଭୟ ବିବାହ ରଚିଛନ୍ତି। ଗତବର୍ଷ ଜୁନ ମାସରେ ଏକ ରୋମାଣ୍ଟିକ ଅନ୍ଦାଜରେ ସନାୟାଙ୍କୁ ପ୍ରମୋଜ କରିଥିଲେ କରୁଣ। ଟାକ୍ରିରିଓ୍ବାଲା ଖେଳ ଏବଂ ଅଭିନୟ ଜଗତ ସହ ଯୋଡି ହୋଇଛନ୍ତି। କରୁଣ ଆଇପିଏଲ ଖେଳୁଥିବାବେଳେ ଉଭୟଙ୍କ ଦେଖାସାକ୍ଷାତ ହୋଇଥିଲା। ପ୍ରଥମେ ବନ୍ଧୁତା ଏବଂ ପରେ ଏହା ପ୍ରେମର ରୂପ ନେଇଥିଲା। ଗତବର୍ଷ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। କରୁଣ ଭାରତ ପକ୍ଷରୁ ୨ଟି ଏକଦିବସୀୟ ଏବଂ ୬ଟି ଟେଷ୍ଟ ଖେଲିଛନ୍ତି। ଟେଷ୍ଟରେ ସେ ତ୍ରିଶତକ ହାସଲ କରିଥିଲେ।

Share