ବିବାହ ବନ୍ଧନରେ ବାନ୍ଧିହେଲେ ଦଙ୍ଗଲ ଗର୍ଲ

ଚଣ୍ଡିଗଡ଼,୨।୧୨: ଅନ୍ତରାଷ୍ଟ୍ରୀୟ ପଦକ ବିଜେତା ତଥା ଦଙ୍ଗଲ ଗର୍ଲ ନାଁରେ ବେଶ୍‌ ପରିଚିତ ଥିବା ରେସ୍‌ଲର ବବିତା ଫୋଗଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିୟାଣା ଚରଖି ଦାଦରି ଜିଲାର ବଲାଲି ଗାଁରେ ଉକ୍ତ ବିବାହ ରବିବାର ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ରୀତିନୀତିରେ ବବିତା ଦିଲ୍ଲୀର ନଜଫ୍‌ଗଡ଼ର ବିବେକ ସୁହାଗଙ୍କୁ ବିବାହ କରିଛନ୍ତି। ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ ହୋଇଥିବା ରେସ୍‌ଲର ତଥା ବିବତାଙ୍କ ବାପା ମହାବୀର ଫୋଗଟ ବିବାହରେ କୌଣସି ଯୌତୁକ ନ ଦେବା ସହ ମାତ୍ର ଏକ ଟଙ୍କା ଦେଇ ଝିଅର କନ୍ୟାଦାନ କରିଥିଲେ। ଏହି ବିବାହ ନିରାଡମ୍ବରରେ ହୋଇଥିବା ବେଳେ ବର ପକ୍ଷରୁ ବରଯାତ୍ରୀରେ ମାତ୍ର ୨୧ଜଣ ସାମିଲ ହୋଇଥିବା ଜଣାପଡ଼ିଛି। ବିବାହର ୭ଟି ବଚନ ରହିଥିବା ବେଳେ ଏମାନେ କିନ୍ତୁ ୮ଟି ବଚନ ନେଇଥିଲେ। ‘ବେଟି ବଞ୍ଚାଓ, ବେଟି ପଢ଼ାଓ’ ସେଥିମଧ୍ୟରୁ ଗୋଟିଏ ଥିଲା। ଏଥିସହ ନବଦମ୍ପତି ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

Share