ବେଙ୍ଗାଲୁରୁ: କର୍ନାଟକ ରାଜଧାନୀ ବେଙ୍ଗାଲୁରୁର କୁବନ ପାର୍କରେ ଏକ ଘୋଡ଼ା(ରାଜା) ଏବଂ ଘୋଡ଼ୀ(ରାଣୀ)ର ବିବାହ ଭାଲେଣ୍ଟାଇନ୍ସ ଡେ’ରେ ସମ୍ପନ୍ନ ହୋଇଛି। ଏହି ବିବାହ ପାରମ୍ପରିକ ରୀତିନୀତିରେ ହୋଇଥିଲା। ଘୋଡ଼ା ଧୋତି ଏବଂ ଶାର୍ଟ ପିନ୍ଧିଥିବା ବେଳେ ଘୋଡ଼ୀ ଶାଢ଼ି ସହିତ ମଙ୍ଗଳସୂତ୍ର ମଧ୍ୟ ପିନ୍ଧିଥିଲା।
ଏହି ବିବାହ ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ଏବଂ ରାଜ୍ୟ ସରକାର ୫୦ ହଜାର ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଟଙ୍କାରେ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କୁ ମିଷ୍ଟାନ୍ନ ଖାଇବାକୁ ଦିଆଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ପରେ ଲୋକେ ବେଶ୍ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି। କିଛି ୟୁଜର କହିଛନ୍ତି, ବ୍ୟାଚଲର ଥାଇ ଘୋଡ଼ା ଭଲରେ ଥିଲା। ବିଚରା! ଆଉ କିଛି ୟୁଜର ବିବାହ ନେଇ ଶୁଭକାମନା ଜଣାଇଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, କାହିଁକି ତାଙ୍କ ଜୀବନକୁ ନଷ୍ଟ କଲ? ବିବାହ କରି କିଏବା ଖୁସିରେ ଅଛି! ଏପରି ଅନେକ କୌତୂହଳପୂର୍ଣ୍ଣ କମେଣ୍ଟ ସବୁ ଦେଇଛନ୍ତି ୟୁଜର।