ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଏମ୍‌ପି

ଚଳିତବର୍ଷ ସାଧାରଣ ନିର୍ବାଚନ ରଣାଙ୍ଗନରେ ବାଜି ମାରି ନେଇଥିବା ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ସୁନ୍ଦରୀ ଅଭିନେତ୍ରୀ ଜଣକ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ପଶ୍ଚିମବଙ୍ଗରୁ ବସିରହାଟ ଆସନରୁ ନିର୍ବାଚନ ଲଢ଼ି ଏମ୍‌ପି ଭାବେ ବିଜୟୀ ହୋଇଛନ୍ତି।

ସେ କେହି ନୁହନ୍ତି, ସେ ହେଉଛନ୍ତି ନୁସରତ ଜହାଁ। ଖୁବ୍‌ଶୀଘ୍ର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନୁସରତ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଶୁଭ ଖବର ନୁସରତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯାହାର ଆୟୋଜନ ଇସ୍ତାନବୁଲ୍‌ରେ କରାଯିବ। କୋଲକାତାସ୍ଥିତ ଘରେ ନୁସରତଙ୍କ ବିବାହ ପ୍ରସ୍ତୁତିପର୍ବ ଜୋର୍‌ସୋରରେ ଚାଲିଛି। ତେବେ ବିବାହ ତାରିଖ ଧାର୍ଯ୍ୟ ହୋଇ ନ ଥିବା ଜଣାପଡ଼ିଛି।

Share