ବିବାହ ବନ୍ଧନରେ ବାନ୍ଧି ହେଲେ ଲଭ୍‌ବାର୍ଡ

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ । ୫ ବର୍ଷର ସମ୍ପର୍କକୁ ସେମାନେ ଆଜି ଅଫିସିଆଲ କରିଛନ୍ତି। ଦୁହିଁଙ୍କ ବିବାହରେ ଖୁବ୍‌ ଖୁସି ହୋଇଛନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ଫ୍ୟାନ୍ସ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି । ମୁମ୍ବାଇ ସ୍ଥିତ ବାସ୍ତୁ ବିଲ୍ଡିଂରେ ବୈଦିକ ରୀତିନୀତିରେ ବିବାହ କରିଛନ୍ତି ଦମ୍ପତ୍ତି। ଦୁହିଁଙ୍କର ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Share