ବିବାହ ବନ୍ଧନରେ ରାକ୍ଷୀ

ମୁମ୍ବାଇ: ନିଜର ମନ୍ତବ୍ୟକୁ ନେଇ ସର୍ବଦା ବିବାଦ ଘେରକୁ ଆସୁଥିବା ରାକ୍ଷୀ ସାଓ୍ବନ୍ତ ବିବାହ କରିଛନ୍ତି। ଏନ୍‌ଆର୍‌ଆଇ ରିତେଶଙ୍କୁ ସେ ବିବାହ କରିସାରିଥିବା ନିକଟରେ ସ୍ବିକାର କରିଛନ୍ତି। ରାକ୍ଷୀ ନିଜ ଇନ୍‌ଷ୍ଟା ପୃଷ୍ଠାରେ ବୋହୁ ବେଶର କିଛି ଫଟୋ ଶେୟାର କରିବା ପରେ ସେ ବିବାହ କରିସାରିଥିବା ନେଇ ଚର୍ଚ୍ଚା ହେଉଥିଲା। ମାତ୍ର ଏହା ମିଛ ଖବର ବୋଲି ସେ ପ୍ରଥମେ କହିଥିଲେ। ହେଲେ ଏବେ ସେ ବାସ୍ତବରେ ବିବାହ କରିସାରିଥିବା ନେଇ ସ୍ପଷ୍ଟ କରିଛନ୍ତି। ରିତେଶ ରାକ୍ଷୀଙ୍କ ଜଣେ ପ୍ରଶଂସକ ଥିଲେ। କିଛି ଦିନ ଧରି ଉଭୟେ କଥା ହେବା ପରେ ରାକ୍ଷୀ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ପନ୍ଦର ଦିନ ତଳେ ଉଭୟ ବିବାହ କରିଛନ୍ତି। ପ୍ରଥମେ କୋର୍ଟରେ ବିବାହ କରିବା ପରେ ସେ ଏକ ହୋଟେଲରେ ଉଭୟ ହିନ୍ଦୁ ଏବଂ ଖ୍ରିଷ୍ଟିଆନ୍‌ ପରମ୍ପରା ଅନୁଯାୟୀ ବିବାହ କରିଛନ୍ତି। ଭିସା ପ୍ରସ୍ତୁତ ହେବା ପରେ ସେ ସ୍ବାମୀଙ୍କ ନିକଟକୁ ଯିବେ ବୋଲି ପ୍ରକାଶ କରିଛନ୍ତି। ବିବାହ ପରେ ମଧ୍ୟ ସେ ଭାରତରେ କାମ କରିବେ ବୋଲି କହିଛନ୍ତି।

Share