ବିବାହ ବାର୍ଷିକରେ ରୋଗୀଙ୍କୁ ଫଳ ବାଣ୍ଟିଲେ

ବନ୍ତ,୫।୩(ସ୍ବ.ପ୍ର.)-ନିଜ ବିବାହ ବାର୍ଷିକରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟି ପ୍ରଶଂସା ସାଉଣ୍ଟିଛନ୍ତି ବନ୍ତ ବ୍ଲକ ସରମରା ଗ୍ରାମର ଦମ୍ପତି ପ୍ରିୟବ୍ରତ ରାଉତ ଓ ଶୁଭଶ୍ରୀ ରାଉତ। ଏହି ଦମ୍ପତି ଗୁରୁବାର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳ ବାଣ୍ଟିବା ସହ ରୋଗୀମାନଙ୍କ ସହ ଭାବବିନିମୟ କରିଥିଲେ। ପେସାରେ ପ୍ରିୟବ୍ରତ ଜଣେ ପ୍ରାଣୀ ନିରୀକ୍ଷକ ଓ ଶୁଭଶ୍ରୀ ଶିକ୍ଷୟିତ୍ରୀ। ୩ୟ ବିବାହ ବାଷର୍ର୍ିକକୁ ସେମାନେ ନିଆରା ଢଙ୍ଗରେ ପାଳି ଖୁସିବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟରେ ସେମାନଙ୍କୁ ପ୍ରିୟବ୍ରତଙ୍କ ମା’ ସାବିତ୍ରୀ, ବନ୍ଧୁ କୀର୍ତ୍ତିଶଙ୍କର ମହାନ୍ତି ଓ ରାଜୀବ ଲୋଚନ ରାୟ ସହଯୋଗ କରିଥିଲେ। ବିବାହ ବାର୍ଷିକରେ ଏଭଳି ପଦକ୍ଷେପକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ଷ୍ଟାଫନର୍ସ ଓ କର୍ମଚାରୀଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରଶଂସା କରିଛନ୍ତି।