ବିବାହ ବାର୍ଷିକୀରେ ପ୍ଲାଜମା ଦାନ କଲେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି

ନୂଆଦିଲ୍ଲୀ,୨୮।୪: ଏବେ କରୋନା ମହାମାରୀ କବଳରୁ ରକ୍ଷା ପାଇବାକୁ ସାରା ବିଶ୍ୱ ଏକ ପ୍ରକାର ଅଦୃଶ୍ୟ ଯୁଦ୍ଧରେ ଲଢୁଥିବା ବେଳେ ବିଶେଷଜ୍ଞମାନେ ଏହାର ଚିକିତ୍ସା ଖୋଜି ଚାଲିଛନ୍ତି। ଏହାରି ଭିତରେ ଦିଲ୍ଲୀରେ ପ୍ଲାଜମା ଥେରାପି ମାଧ୍ୟମରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ପ୍ରଥମ ପ୍ଲାଜମା ଥେରାପିରେ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ବେଲେ ଏବେ ଏହାକୁ ବଢାଇବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଛନ୍ତି। କିଛିଦିନ ତଳେ ଦିଲ୍ଲୀର ମୋତି ନଗରରେ ରହୁଥିବା ଅନୁଜ ଶର୍ମା କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାରୁ ତାଙ୍କୁ ପ୍ଲାଜମା ଦାନ କରିବାକୁ ଫୋନ୍‌ ଆସିବା ପରେ ସେ ଏହାକୁ ଏଡାଇ ପାରି ନ ଥିଲେ। ଏପ୍ରିଲ ୨୫ରେ ତାଙ୍କର ବିବାହ ବାର୍ଷିକୀ ଥିବା ବେଳେ ସେ ତୁରନ୍ତ ହସ୍ପିଟାଲରେ ପହଞ୍ଚି ପ୍ଲାଜମା ଦାନ କରିଥିଲେ। ସେ କହିଛନ୍ତି କରେନା ଭଳି ମହାମାରୀ କବଳରୁ ବିଶ୍ୱକୁ ରକ୍ଷା କରିବାକୁ ସମସ୍ତେ ଯତ୍ନବାନ ହେବା ଜରୁରୀ। ଏହାସହ ପ୍ଲାଜମା ଦାନ କରିବାକୁ ମାତ୍ର ୪୫ ମିନିଟ ସମୟ ଲାଗୁଥିବା ବେଳେ ଏହାଦ୍ୱାରା ଯଦି ଜଣଙ୍କ ଜୀବନ ବଞ୍ଚାଇ ହେଉଛି ତା’ଠାରୁ ବଡ ଖୁସି ଆଉ କିଛି ନାହିଁ। ତେଣୁ ଅନ୍ୟମାନେ ମଧ୍ୟ ପ୍ଲାଜମା ଦାନ କରିବାକୁ ଆଗେଇ ଆସନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି।

Share