ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଅନୁଷ୍କା-ବିରାଟ

ବମ୍ବେ: ଦୁଇ ବର୍ଷ ତଳେ ଠିକ୍‌ ଆଜିର ଦିନରେ ହାତକୁ ଦୁଇହାତ ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରେମିକ ତଥା କ୍ରିକେଟର ବିରାଟ କୋହଲିଙ୍କ ହାତ ଧରିଥିଲେ ସେ। ଇତିମଧ୍ୟରେ ସେମାନଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଏହି ଅବସରରେ ବିରାଟଙ୍କ ଉଦ୍ଦେଶ୍ୟରେ ଅନୁଷ୍କା ଏକ ପୋଷ୍ଟ ଲେଖିଛନ୍ତି। ଲୋକପ୍ରିୟ କବି ଭିକ୍ଟର ହ୍ବୁଗୋଙ୍କ ଉକ୍ତି, ‘ଜଣେ ଅନ୍ୟଜଣଙ୍କୁ ଭଲପାଇବା ଅର୍ଥ ତା ଭିତରେ ଭଗବାନଙ୍କ ସ୍ବରୂପକୁ ଦେଖିବା। ଭଲପାଇବା ଏକ ଭାବନାରୁ ଅଧିକ। ଏହା ଏକ ମାର୍ଗଦର୍ଶକ, ସତ୍ୟପଥରେ ନେଇଯାଉଥିବା ରାସ୍ତା। ମୋତେ ତାହା ମିଳିଯାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି’ ବୋଲି ଅନୁଷ୍କା କହିଛନ୍ତି।

ସେହିଭଳି ବିରାଟ ମଧ୍ୟ ସେମାନଙ୍କ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଦୁନିଆରେ ଭଲପାଇବା ଛଡ଼ା ଆଉ କିଛି ନାହିଁ। ଭଗବାନ ଯେତେବେଳେ ଆପଣଙ୍କୁ ସେ ଲୋକ ସହ ଭେଟାଇଦିଏ, ସବୁକ୍ଷଣରେ ଏହି କଥାର ଆଭାସ ଜଣାପଡେ। ତେବେ ଗୋଟିଏ କଥା ମନକୁ ଆସେ। ତାହା ଭଗବାନଙ୍କୁ ଧନ୍ୟବାଦ ଜଣାଇବା ଛଡ଼ା ଆଉ କିଛି ନୁହେଁ ବୋଲି ବିରାଟ କହିଛନ୍ତି।

୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ଗୋପନରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାର କିଛି ଫଟୋ ଶେୟାର କରିବା ପରେ ପ୍ରଶଂସକମାନେ ଉତ୍‌ଫୁଲ୍ଲିତ ହୋଇଯାଇଥିଲେ। ଆଜିବି ସେମାନଙ୍କ ବିବାହ ସମୟର ଫଟୋ ଓ ଭିଡିଓ ଲୋକପ୍ରିୟ ହୋଇରହିଛି।

Share