ବିବାହ ବାର୍ଷିକୀରେ ସୋହାଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଲେ କୁନାଲ

ବମ୍ବେ: ଅଭିନେତା କୁନାଲ ଖେମୁ-ସୋହା ଅଲ୍ଲୀ ଖାଁଙ୍କ ବିବାହକୁ ପୂରିଛି ପାଞ୍ଚ ବର୍ଷ। ଏହି ଅବସରରେ କୁନାଲ ସ୍ତ୍ରୀ ସୋହାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାରେ ଉଭୟ ବିବାହ ସମୟର କିଛି ଦୃଶ୍ୟ ଥିବା ଭିଡିଓ ଶେୟାର କରିଛନ୍ତି। ଏହାକୁ ଶେୟାର କରିବା ସମୟରେ କୁଣାଲ ଲେଖିଛନ୍ତି, ବିବାହକୁ ପାଞ୍ଚ ବର୍ଷ ବିତିଛି। ଲାଗୁଛି ସମସ୍ତଙ୍କ ସହ ଭଲ ସମୟ ବିତାଇଛି। ସମସ୍ତ ହସ-ଲୁହ ପାଇଁ ଧନ୍ୟବାଦ। ସାଙ୍ଗହୋଇ ବିତାଇଥିବା ସମସ୍ତ ସୁନ୍ଦର ମୁହୂର୍ତ୍ତଗୁଡ଼ିକ ପାଇଁ ଋଣି। ମୋର ଜଣେ ଭଲ ସାଙ୍ଗ ଏବଂ ସ୍ତ୍ରୀ ହେବା ପାଇଁ ଧନ୍ୟବାଦ। ମୋତେ ବାପା କରିଥିବାରୁ ଏବଂ ଏକ ନୂଆ ଜୀବନ ଦେଇଥିବାରୁ ଧନ୍ୟବାଦ।

ଅଭିନୟ ଜୀବନ ବିଷୟରେ କଥାହେଲେ କୁନାଲ ଫିଲ୍ମ ମଲଙ୍ଗରେ ନଜର ଆସିବେ। ଏଥିରେ ତାଙ୍କ ବ୍ୟତିତ ଦିଶା ପଟାନୀ, ଆଦିତ୍ୟ ରୟ କପୁର ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୋହିତ ପୁରୀ।

Share