ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେଠାରୁ ତାଙ୍କ ବିବାହ ବାର୍ଷିକୀ ପାଇଁ ପ୍ରସ୍ତୁତ ହେଲେଣି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ ରିଲିଜ୍‌ ହେବା ପରେ ପରେ ସେ ୟୁଏସ୍‌ ଚାଲି ଯାଇଥିବା ଜଣାପଡିଛି। ତେବେ ଗତବର୍ଷ ଡିସେମ୍ବର ୧ରେ ଯୋଧପୁରରେ ୩ ଦିନ ଧରି ପ୍ରିୟଙ୍କାଙ୍କ ବିବାହ ଉତ୍ସବ ଚାଲିଥିବା ବେଳେ ଏଥର ପ୍ରଥମ ବିବାହ ବାର୍ଷିକିକୁ ସେ ଭିନ୍ନ ଢଙ୍ଗରେ ପାଳନ କରିବେ ବୋଲି ଅନୁମାନ କରାଯାଉଛି। ଯଦିଓ ପ୍ରିୟଙ୍କା ସେମିତି କିଛି ଆୟୋଜନ କରି ନାହାଁନ୍ତି ବୋଲି କହିଛନ୍ତି ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ପ୍ରଥମ ବିବାହ ବାର୍ଷିକୀକୁ ମଧ୍ୟ ଅଭୁଲା କରିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି। ଆମେରିକୀୟ ସିଙ୍ଗର ନିକ୍‌ ଜୋନସ୍‌ଙ୍କ ହାତ ଧରିଥିବା ପ୍ରିୟଙ୍କା କହିଛନ୍ତି ନିକ୍‌ ବିବାହ ବାର୍ଷିକୀ ପାଇଁ ସବୁପ୍ରକାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଯାହାକୁ ନେଇ ସେ ଉତ୍ସାହିତ ଅଛନ୍ତି।

Share