Categories: ଫୁରସତ

ବିବାହ ବାର୍ଷିକୀ ପାଳନ କରିବାକୁ ସମୁଦ୍ରକୂଳକୁ ଯାଇଥିଲେ ଦମ୍ପତି, କୂଳରୁ ଯାହା ପାଇଲେ ଲୋମ ଟାଙ୍କୁରି ଉଠିଲା

ଇଂଲଣ୍ଡରେ ରହୁଥିବା ଡେବରା ଓଲିବର ସ୍ବାମୀଙ୍କ ସହିତ ୪୨ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ଉଭୟ ଖୁସି ମନାଉଥିବାବେଳେ ସମୁଦ୍ରକୂଳରୁ ଏମିତି ଏକ ଜିନିଷ ପାଇଲେ, ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମୁଦ୍ର ଢେଉରେ ଏକ ଶାମୁକା ଭାସି ଆସି କୂଳରେ ଲାଗିଥିଲା। ଦମ୍ପତି ଆତ୍ମହରା ହୋଇ ଦୌଡ଼ି ଯାଇଥିଲେ ଦେଖିବା ପାଇଁ, କିନ୍ତୁ ଯାହା ଦେଖିଲେ ବିଶ୍ୱାସ କରିପାରିଲେନି। ଏଥିରେ ଦୁହିଁଙ୍କ ଲୋମ ଟାଙ୍କୁରି ଉଠିଲା। କାରଣ ଯେଉଁ ଶାମୁକାଟି ପାଇଥିଲେ ସେ ଅବିକଳ ଦେଖିବାକୁ ଓସାମା ବିନ୍‌ ଲାଡେନଙ୍କ ମୁହଁ ପରି।


ଉଲ୍ଲେଖଯୋଗ୍ୟ, ୧୧ ସେପ୍ଟେମ୍ବର ୨୦୧୧ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ଓସାମା ବିନ୍‌ ଲାଡେନଙ୍କ ମୁଖ୍ୟ ଭୂମିକା ଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ସମୟରେ ଲାଡେନ୍‌ଙ୍କ ମୃତ୍ୟୁ ଘଟିଥିଲା।

Share