ମୁମ୍ବାଇ: ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ଜଣଙ୍କ ହାତ ଧରି ବେଦିରେ ବସିବାକୁ ଯାଉଛନ୍ତି ବଲିଉଡ୍ର ଜଣେ ଅଭିନେତ୍ରୀ। ଏକଥା ଆମେ କହୁନାହୁଁ। ଏକ ସାକ୍ଷାତକାରରେ ଏହି କଥା ସ୍ପଷ୍ଟ କରିଛନ୍ତି ଖୋଦ୍ ଅଭିନେତ୍ରୀ ଜଣକ। ଆଉ କେହି ନୁହନ୍ତି, ସେ ହେଉଛନ୍ତି କାମ୍ୟା ପଞ୍ଜାବୀ। ସେ ଏକ ସାକ୍ଷାତକାରରେ କହିଛନ୍ତି, ଫେବୃୟାରୀରେ ସେ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ବୟଫ୍ରେଣ୍ଡ୍ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଶଲଭ ଡାଙ୍ଗଙ୍କ ହାତ ଧରିବେ। ଶଲଭ ଦିଲ୍ଲୀରେ ରୁହନ୍ତି।
ସ୍ମରଣଯୋଗ୍ୟ,କାମ୍ୟା ପ୍ରଥମ ସ୍ବାମୀଙ୍କଠାରୁ ୩ ବର୍ଷ ଅଲଗା ରହିବା ପରେ ୨୦୧୩ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ। ବର୍ତ୍ତମାନ ୧୦ ବର୍ଷ ପରେ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି।