ବିବାହ ବିଚ୍ଛେଦର ୧୨ ବର୍ଷ ପରେ ଅଭିନେତ୍ରୀ କଲେ ଦ୍ୱିତୀୟ ବିବାହ

‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲକୁ ୧୯ ବର୍ଷ ପୂରିଛି। ପୂରା ଟିମ୍‌ ଖୁବ୍‌ ମଜା କରିଥିବା ଫଟୋ ଏବେ ଭାଇରାଲ ହୋଇଛି। ଏହି ସିରିୟଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଦୀର୍ଘଦିନର ସମ୍ପର୍କ ଥିବା ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଅଭିନେତ୍ରୀଙ୍କ ନାମ ପୂଜା ଘାଇ। ‘କ୍ୟୁଁ କି ଶାଶ୍‌ କଭି ବୋହୂ ଥୀ’ ସିରିୟଲରେ ସେ ‘ସୁହାସୀ’ ଭୂମିକାରେ ଅଭିନୟ କରୁଥିଲେ। ୨୦୦୭ରେ ପୂଜା ନୀରଜ ରାଓ୍ବଲଙ୍କୁ ପ୍ରଥମ ବିବାହ କରିଥିଲେ। କିନ୍ତୁ ତାଙ୍କ ସହ ସମ୍ପର୍କ ବେଶୀଦିନ ତିଷ୍ଠି ପାରି ନ ଥିଲା। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

ପୂଜା-ନୀରଜ ବିବାହ ବିଚ୍ଛେଦର ୧୨ ବର୍ଷ ପରେ ସେ ବିଜନେସ୍‌ମ୍ୟାନ୍‌ ନୌଶୀରଙ୍କୁ ବିବାହ କରିଛନ୍ତି। ପୂଜା ବିବାହ ସମୟର ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଗୋଟିଏ ଫ୍ରେମ୍‌ରେ ବନ୍ଧା ମୋ’ ଶକ୍ତି। ମାଆ, କାକି, ଭାଇ, ଦିଦି ଏବଂ ସମ୍ପର୍କୀୟ।

Share