ବିବାହ ବିଚ୍ଛେଦର ୧୪ବର୍ଷ ପରେ ପ୍ରଥମ ପତ୍ନୀଙ୍କ ପ୍ରେମରେ ପଡ଼ିଲେ ଏହି ସୁପରଷ୍ଟାର

ଫିଲ୍ମ ଇଣ୍ଡଷ୍ଟ୍ରିରେ ସମ୍ପର୍କ ଗଢ଼ିବା ଓ ଭାଙ୍ଗିବା ସାଧାରଣ କଥା। ବହୁଥର ଆମ ପସନ୍ଦର ପ୍ରତିଷ୍ଠିତ କଳାକାରଙ୍କ ସମ୍ପର୍କ ଗଢ଼ୁ ଗଢ଼ୁ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଥାଏ। ହେଲେ ଏହି ସବୁ କଥା ଯେତେ ଲୁଚାଇଲେ ବି ବେଶୀ ଦିନ ଯାଏ ସମସ୍ତଙ୍କଠାରୁ ଲୁଚି ରହି ନ ଥାଏ। ଏଭଳି କିଛି ହଲିଉଡ୍‌ ଅଭିନେତା ବ୍ରାଡ ପିଟ୍ଟ ଓ ଅଭିନେତ୍ରୀ ଜେନିଫର ଏନିଷ୍ଟନଙ୍କ ସହ ଘଟିଥିବା ଜଣାପଡ଼ିଛି। ଏଞ୍ଜେଲିନା ଜୋଲିଙ୍କୁ ପିଟ୍ଟ ଦ୍ୱିତୀୟ ବିବାହ କରିଥିବା ବେଳେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଛି। ପିଟ୍ଟ ଏବେ ସିଙ୍ଗିଲ୍‌ ଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାରି ଭିତରେ ପୂର୍ବତନ ପତ୍ନୀ ଜେନିଫର ଏନିଷ୍ଟନଙ୍କର ଦ୍ୱିତୀୟ ବିବାହର ବିଚ୍ଛେଦ ଖବର ଆସିଥିଲା। ନିଜ ଲାଇଫ୍‌ରେ ଏବେ ଉଭୟ ପିଟ୍ଟ ଓ ଜେନିଫର ଏକୁଟିଆ ଥିବା ବେଳେ ଦୁଇଜଣଙ୍କ ନାଁ ଏକାସାଙ୍ଗରେ ଯୋଡାହେଉଥିବା ଜଣାପଡ଼ିଛି। ପିଟ୍ଟ ଓ ଜେନିଫରଙ୍କ ମଧ୍ୟରେ ବନ୍ଧୁତା ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ପୁଣି ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି। ପ୍ରାୟ ସମୟରେ ୨ଜଣଙ୍କୁ ଏବେ ଏକାଠି ଦେଖିବାକୁ ମିଳିଛି। ନିକଟରେ ହଲିଉଡ୍‌ର ପ୍ରସିଦ୍ଧ ଆଓ୍ବାର୍ଡ Screen Actors Guild Awards(SAG)ର ଆୟୋଜିତ ହୋଇଥିଲା। ଏଥିରେ ପିଟ୍ଟଙ୍କୁ ନିଜ ଫିଲ୍ମ ଓ ଜେନିଫରଙ୍କୁ ତାଙ୍କ ଶୋ’ ପାଇଁ ପୁରସ୍କୃତ କରାଯାଇଥିଲା। ତେବେ ପିଟ୍ଟ ସ୍ପିଚ୍‌ ଦେଉଥିବା ବେଳେ ଜେନିଫର ଖୁସି ହୋଇଯାଇଥିବା ବେଳେ ଜେନିଫର ସ୍ପିଚ୍‌ ଦେବା ସମୟରେ ପିଟ୍ଟ ଖୁସିରେ କାନ୍ଦି ପକାଇଥିଲେ। ଏହାପରେ ଦୁହେଁ ଫଟୋ ଉଠାଉଥିବା ସମୟରେ ପିଟ୍ଟ ଜେନିଫରଙ୍କ ହାତ ଥରିଥିବା ଦେଖିବାକୁ ମିଳିଛି।

 

 

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୂତାବକ ୨୦୦୦ରେ ପିଟ୍ଟ ଜେନିଫରଙ୍କୁ ବିବାହ କରିଥିବା ବେଳେ ୨୦୦୫ରେ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ପିଟ୍ଟ ଫିଲ୍ମ ଅଭିନେତ୍ରୀ ଏଞ୍ଜେଲିନା ଜୋଲିଙ୍କୁ ଡେଟ୍‌ କରିଥିଲେ। ୨୦୦୫ରୁ ସେ ଏଞ୍ଜେଲିନାଙ୍କୁ ଡେଟ୍‌ କରୁଥିବା ବେଳେ ୨୦୧୪ରେ ବିବାହ କରିଥିଲେ। ହେଲେ ଦୁଇଜଣଙ୍କ ବିବାହ ବେଶୀ ଦିନ ଚାଲି ନ ଥିଲା। ୨୦୧୬ରେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା। ଏବେ ପୁଣି ପିଟ୍ଟ ତାଙ୍କ ଏକ୍ସ ଓ୍ବାଇଫ୍‌ଙ୍କ ସହ ରିଲେସନ୍‌ରେ ଥିବା ଚର୍ଚ୍ଚା ହେଉଛି।

Share